କଟକ ସଦର, ୧୮/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ହାଇସ୍କୁଲ ସମୁଖ ରେ ଖୋଲିଲା ଅତ୍ୟାଧୁନିକ ତାତାରି ଫେସନ। ଏହାକୁ ଆଜି ବୁଧବାର ସଂଧ୍ୟାରେ କିଶନନଗର ଏଵଂ ମାହାଙ୍ଗା ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, କଟକ ସଦର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ,ଜାହାଙ୍ଗୀର ଅଲ୍ଲୀ, ସୋମନାଥ ସାହୁ,ଅଜଗର ଅଲ୍ଲୀ, ନାଗେଶ୍ଵର ମହାନ୍ତି, ସୁରେଶ ବିଶୋଇ, ସତ୍ୟ ସିଦ୍ଧାନ୍ତ ଦାଶ,ସଫିକ ଅହମ୍ମଦ ଆନ୍ନା,ସନାତନ ବେହେରା,ମହମ୍ମଦ ରୁସ୍ତମ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ତାତାରି ଫେସନ ର ନିର୍ଦେଶକ ମହମ୍ମଦ ତାଜୁଲ ମୁଲ୍କ ତାହାରି ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

