କଟକ ସଦର,୧୮/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଗ୍ ବଜେଟ୍ ରେ ନିର୍ମାଣ କରାଯାଇଥିବା ଜଲିଉଡ ଜଗତର ପ୍ରଖ୍ୟାତ ଯାତ୍ରା ଅନୁଷ୍ଠାନ ଯାଜ୍ଞସେନୀ ଅପେରା ଆସନ୍ତା ୨୬/୨୭ ବର୍ଷ ପାଇଁ ଦର୍ଶକଙ୍କୁ ଭେଟି ଦେଵ ମା ହିଙ୍ଗୁଳା ଏଣ୍ଟରଟେନମେଣ୍ଟ ନିବେଦିତ ନୂଆ ଭିନ୍ନ ସ୍ୱାଦର ନାଟକ ‘ସନାତନୀ’।
ଏହା ଦର୍ଶକଙ୍କ ମନ ଛୁଇଁବା ସହିତ ଓଡ଼ିଶାରେ ହଲଚଲ ସୃଷ୍ଟି କରିବ ବୋଲି ଯାତ୍ରା ର ଲେଖକ ନାଟ୍ୟକାର ଡ଼ଃ ଅରୁଣ ନାୟକ, ନିର୍ଦେଶକ ମହେଶ ହାଜରା ଆଜି ବୁଧବାର ରାତିରେ କିଶନନଗର ଠାରେ ଆୟୋଜିତ ଜାଗର ଯାତ୍ରା ପେଣ୍ଡାଲ ରେ ଭରପୁର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ନାଟକର ମୂଖ୍ୟ ଚରିତ୍ର ଅଭିନେତା ଲରେନ୍ସ ବେହେରା କହିଛନ୍ତି ଯେ ଏହି ଵିଵାଦଶୁନ୍ୟ ନାଟକରେ ସମାଜ ପାଇଁ ଅନେକ ବାର୍ତ୍ତା ଥିବା ବେଳେ ଏହା ଦର୍ଶକଙ୍କ ଆଦୃତି ଲାଭ କରିବ। ଏହି ନାଟକର ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ଓ ସଂଗୀତ ଦେଇଛନ୍ତି ବିରଜା ପ୍ରସାଦ ବୋଲି ସୂଚନା ମିଳିଛି। ଶେଷରେ ମୁଖ୍ୟ ଉପଦେଷ୍ଟା ଇଂ ପ୍ରସନ୍ନଜିତ୍ ନାୟକ ଧନ୍ୟବାଦ ଦେଇଥିଲେ।
