କଟକ ସଦର ,୧୦/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଶନିବାର ଦିନ ୪୨ ମୈ।ଜା ଶ୍ରୀରାମ ଠାରେ ଥିବା ଓଡ଼ିଶା ଆଦର୍ଶ ଵିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ କୃମି ନାଶକ ପକ୍ଷ ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ା ପ୍ରଶାନ୍ତ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଏଵଂ ପ୍ରଧାନ ଶିକ୍ଷୟିତ୍ରୀ ରଂଜିତା ଜେନାଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ନିର୍ଵାହିକା ସଂଧ୍ୟାରାଣୀ ପଣ୍ଡା, ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ମନ୍ଦାକିନୀ ବେହେରା ଯୋଗ ଦେଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଶୁଭାଶିଷ ଶତପଥୀ ଯୋଗ ଦେଇ କୃମି ସଂକ୍ରମଣ ର କାରଣ,ଲକ୍ଷଣ ଓ ନିରାକରଣ ଉପରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ।ଏହି ପକ୍ଷ ଆଜି ଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ରରେ କୃମି ନାଶକ ଔଷଧ ବିତରଣ କରାଯିବ ବୋଲି ଜିଲ୍ଲା ସମ୍ପ୍ରସାରଣ ଅଧିକାରିଣୀ ସସ୍ମିତା ମହାପାତ୍ର କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡ଼ାଃ ଦେଵିଶ୍ରୀ ଵୁକୁଲିମା, ଡ଼ାଃ ସୁଚିସ୍ମିତା ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଡ଼ାଃ ରାକେଶ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।