କଟକରେ ଲେଜର ଲାଇଟ ବ୍ୟବହାର ନିଷିଦ୍ଧ

ବିକଟାଳ ଶବ୍ଦ କରୁଥିବା ଡିଜେ ବନ୍ଦ ପାଇଁ ନିର୍ଦେଶ ଦେଲେ ହାଇକୋର୍ଟ
କଟକ ୧୩/୦୨/୨୦୨୬ (ଓଡ଼ିଶା ସମାଚାର)- କଟକ କମିଶନରେଟ ପୋଲିସ ଅଂଚଳରେ ଲେଜର ଲାଇଟ ବ୍ୟବହାରକୁ ହାଇକୋର୍ଟ ନିଷିଧ କରିଛନ୍ତି । ବିକଟାଳ ଶବ୍ଦ କରୁଥିବା ଡିଜେ ବ୍ୟବହାରକୁ ସଂପୂର୍ଣ୍ଣ ବନ୍ଦ କରିବା ଲାଗି ହାଇକୋର୍ଟ ପୋଲିସକୁ ନିର୍ଦେଶ ଦେଇଛନ୍ତି ।

ରାତି ୧୦ ଟା ପରେ ଯେପରି କୌଣସି ବାଜା ବାଜିବ ନାହିଁ, ବାଣ ଫୁଟିବ ନାହିଁ ଏବଂ ରୋଷଣୀ ନହେବ ସେ ଦିଗରେ ପୋଲିସ ତୀଣ୍ମ ନଜର ରଖିବାକୁ କୋର୍ଟ କହିଛନ୍ତି । ଯଦି କୌଣସି ସ୍ଥାନରେ ଏସବୁର ଉଲଂଘନ ହେଉଥିବା, ତେବେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ହୋଇଛି । କଟକ ସହର ସମସ୍ୟା ସଂକ୍ରାନ୍ତୀୟ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଗୁରୁବାର କିଛି ଏଭଳି ନିର୍ଦେଶ ହାଇକୋର୍ଟ ଦେଇଛନ୍ତି । ଶୁଣାଣି ସମୟରେ କଟକ ଡିସିପି ଆଭାଷୀ ଜରିଆରେ କୋର୍ଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି ।

Leave a Reply

Your email address will not be published. Required fields are marked *