ଭୁବନ,୪/୭/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ନୁଆ ଟିପିଲେଇ ଗ୍ରାମର ପୂର୍ବତନ ସଭାପତି ତଥା ଧର୍ମ ପରାୟଣ ବ୍ୟକ୍ତି ରଘୁନାଥ ଦଳେଇ ଙ୍କ ର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ଥିଲେ । ଦଳେଇ ବାବୁ ଙ୍କ ବିୟୋଗ ଖବର ପାଇ ବହୁ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶବାଧାରରେ ସାମିଲ ହୋଇଥିଲେ । ବଡ଼ପୁଅ ପ୍ରକାଶ ଦଳେଇ ମୁଖାଗ୍ନି ଦେଇଥିଲେ । ଧର୍ମ ପରାୟଣ,ପରୋପକାରୀ ,ଦୟାଳୁ ବ୍ୟକ୍ତି ସ୍ବର୍ଗତ ଦଳେଇ ଙ୍କର ଗ୍ରାମ ପାଇଁ ଅଜସ୍ର ଅବଦାନ ରହିଥିବା ବେଳେ ନ୍ୟାୟ ନିଷାପ ରେ ନ୍ୟାୟବନ୍ତ ଥିବାରୁ ଗ୍ରାମରେ ଗଭୀର ଶୋକ ପ୍ରକାଶ ପାଇଛି।