ଅବସରପ୍ରାପ୍ତ ଓଏଫ୍ଏସ ଅଧିକାରୀଙ୍କ ପରଲୋକ

ଭୁବନେଶ୍ୱର, ୩୦/୭/୨୦୨୪ (ଓଡ଼ିଶା ସମାଚାର)-   ବରିଷ୍ଠ ଓ ବର୍ଷୀୟାନ ଅବସର ପ୍ରାପ୍ତ  ଓଏଫ୍ଏସ ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ଦାସଙ୍କ ଗତ ରବିବାର ୨୮ ତାରିଖ ଦିନ ୩.୩୫ ମିନିଟ ରେ ସୌଭାଗ୍ୟ ନଗର ସ୍ଥିତ ବାସ ଭବନ ରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ତିନି ପୁତ୍ର ଓ ପୁତ୍ରବଧୂ,ଦୁଇ ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ।ତାଙ୍କର ଏ ଅକାଳ ନିଧନ ଓ ଅବର୍ତ୍ତମାନ ରେ ସଭିଏଁ ଶୋକ ବିଭୋର ହୋଇ ପଡିଛନ୍ତି। ସ୍ବର୍ଗତ ଦାସ ତାଙ୍କର ସ୍ୱଜନଙ୍କ ବ୍ୟତିତ ଏତେ ବନ୍ଧୁବତ୍ସଳ ଥିଲେ ଯେ ତାଙ୍କୁ ବିସ୍ମରଣ କରିବା କଷ୍ଟକର।ପୁରୀ ସ୍ଵର୍ଗଦ୍ଵାର ରେ ସଂସ୍କାର ଯାତ୍ରାରେ ଶତାଧିକ ଶୁଭେଚ୍ଛୁ,ବନ୍ଧୁ ଓ ପରିବାର ବର୍ଗ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *