ଭୁବନେଶ୍ୱର, ୫/୮/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟବ୍ୟାପୀ ବିଜେଡିର କାର୍ଯ୍ୟ ପରିଚାଳନା ପାଇଁ ନୂଆ କମିଟି ଗଠନ କଲା ବିଜେଡି । ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନେତାଙ୍କୁ ନେଇ ୧୫ ଜଣିଆ କମିଟି ଗଠନ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । କମିଟିରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ, ପ୍ରତାପ କେଶରୀ, ପ୍ରଦୀପ କୁମାର ଅମାତ, ଅରୁଣ ସାହୁ, ଅଶ୍ବିନୀ ପାତ୍ର, ପ୍ରତାପ ଜେନା, ଶରଦ ପ୍ରସାଦ ନାୟକ, ସୁଦାମ ମାରାଣ୍ଡି, ସ୍ନେହାଙ୍ଗିନୀ ଛୁରିଆ ସାମିଲ ଅଛନ୍ତି ।