କଟକ ସଦର,୧୨/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ଗୁରୁବାର ଦିନ କିଶନନଗର ଠାରେ ଓଡିଶା ନିର୍ମାଣ ନିଗମ ପକ୍ଷରୁ ନିର୍ମିତ ପଶୁ ଚିକିତ୍ସାଳୟ ର ନୂତନ ଵିଲ୍ଡିଙ୍ଗ୍ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଦ୍ୱାରା ଉଦଘାଟନ ହେବାର ଥିଲା। ଏଥିପାଇଁ ସବୁ ପ୍ରସ୍ତୁତି, ସାଜସଜ୍ଜା, ଖାଦ୍ୟପେୟର ବ୍ୟବସ୍ଥା ସରିଥିଲା। ଏପରି କି ଦଳୀୟ ନେତା, କର୍ମୀ ଙ୍କ ସହିତ ମହିଳା ମାନେ ଆସି ଉଦଘାଟନ ସ୍ଥଳରେ ପହଞ୍ଚିଥିଲେ।

ହେଲେ ଉଦଘାଟନ ଫଳକରେ ଥିବା ତୃଟି ବିଚ୍ୟୁତି ଓ ଆନୁଷଙ୍ଗିକ ଅବ୍ୟବସ୍ଥା ଯୋଗୁ ସେଠାରେ ଚାପା ଅସନ୍ତୋଷ ପ୍ରକାଶ ପାଇବା ଖଵର ପାଇ ବିଧାୟକ ଆଉ ଉଦଘାଟନ କରିବାକୁ ଆସିଲେ ନାହିଁ। ଏଥିପାଇଁ ଉପସ୍ଥିତ ଥିବା କର୍ମୀ ଓ ମହିଳା ମାନେ ଉଦଘାଟନ ସ୍ଥଳ ଛାଡ଼ି ପଳାଇଯାଇଥିଵା ଦେଖାଯାଇଥିଲା। ଏ ସମ୍ପର୍କରେ ଉପସ୍ଥିତ ଥିବା ଓସିସି ର ବିଭାଗୀୟ କନିଷ୍ଠ ଯନ୍ତ୍ରୀ କୁଲଦୀପ ପଟ୍ଟନାୟକଙ୍କୁ ପଚରାଯିବାରେ ସିଏ କୈ।ଣସି ସନ୍ତୋଷ ଜନକ ଉତ୍ତର ଦେଇନପାରି ସ୍ଥାନ ଛାଡି ପଳାଇଯାଇଥିଲେ।
