ପରମହଂସନାଥ ଙ୍କ ମନ୍ଦିର ବେଢ଼ା ସଫେଇ କଲା ହଂସନାଥ ସ୍ୱେଚ୍ଛାସେବୀ ସଂଗଠନ

କଟକ ସଦର,୧୨/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ପରମହଂସନାଥ ଙ୍କ ଜାଗର ଯାତ୍ରା ଓ ମହାଶିବରାତ୍ରୀ ଉପଲକ୍ଷେ ସ୍ୱଚ୍ଛତା କୁ ଦୃଷ୍ଟିରେ ରଖି ଆଜି ଗୁରୁବାର ଦିନ ହଂସନାଥ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମନ୍ଦିର ବେଢ଼ା କୁ ସଫେଇ କରାଯାଇଥିବା ଜଣାପଡିଛି। ସଂଗଠନ ର ସଭାପତି ଲକ୍ଷ୍ମୀଧର ରାଉତ ଙ୍କ ନେତୃତ୍ଵରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମ ରେ ଉପସଭାପତି ବସନ୍ତ ପଣ୍ଡା, ସଂପାଦକ ଅଜୟ ଦାଶ,ସହ ସଂପାଦକ ଅଜୟ ନାୟକ, ଧର୍ମେନ୍ଦ୍ର ଦାସ, ରାମଚନ୍ଦ୍ର ରାଉତ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *