ରବୀନ୍ଦ୍ର ନାଥ ଟାଗୋର ଙ୍କ ୧୬୪ ତମ ଜୟନ୍ତୀ ପାଳନ କଲେ ବଡ଼ବିଲ ବଙ୍ଗୀୟ ପରିଷଦ

ବଡ଼ବିଲ, ୧୦/୦୫/୨୦୨୫ (ଓଡ଼ିଶା ସମାଚାର)- ବଡ଼ବିଲ ବଙ୍ଗୀୟ ପରିଷଦ ପକ୍ଷରୁ ବଡ଼ବିଲ ରୁଙ୍ଗଟା ଟାଉନ ହଲ ଠାରେ ବିଶ୍ୱ କବି ଗୁରୁ ରବୀନ୍ଦ୍ର ନାଥ ଟାଗୋର ଙ୍କ ଏକ ଶହ ପଞ୍ଚ ଷଷ୍ଠୀ ତମ ଜନ୍ମ ଦିବସ ପାଳନ କରାଯାଇଛି ।

ଏହି ଅବସରରେ ବଡ଼ବିଲ ବଙ୍ଗୀୟ ପରିଷଦ ର ସଭାପତି ଶ୍ରୀ ହୀରକ ମଜୁମଦାର ଉପ ସଭାପତି ସପନ ଘୋଷ ଓ ପ୍ରବଳ ଚୌଦରୀ ପ୍ରଥମେ ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜଳନ କରିବା ସହ ରବୀନ୍ଦ୍ର ନାଥ ଟାଗୋର ଙ୍କ ଫଟୋ ରେ ମାଲ୍ୟ ଅର୍ପଣ କରି କାର୍ୟ୍ୟକ୍ରମ କୁ ଆରମ୍ଭ କରିଥିଲେ ।

ଶଙ୍ଖ ବାଦନ ସହ ପରିଷଦ ର ସକ୍ରିୟ ସଦସ୍ୟା ଶ୍ରୀମତୀ ମୌସୁମୀ ମଜୁମଦାର ଓ ସାଥୀ ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ଓ ପରେ ପିଲାମାନ ଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ସଂଗୀତ ପରିବେଷଣ କରାଯିବା ଶହ ପିଲାମାନଙ୍କୁ ମଞ୍ଚ ଉପରେ ପୁରସ୍କାର ବିତରଣ କରଯାଇଥିଲା । ପରିଶେଷ ରେ ସମୂହ ଜାତୀୟ ସଂଗୀତ ଗାଇଥିଲେ । ମଞ୍ଚ ପରିଚାଳନା କରିଥିଲେ ମୌସୁମୀ ମଜୁମଦାର ଓ ଅମୟ ମଲିକ, ସାନିୟା ମଜୁମଦାର, ଅତୁଲୀ ଚକ୍ରବର୍ତ୍ତୀ ଙ୍କ ସମେତ ସମସ୍ତ ସଦସ୍ୟ।

Leave a Reply

Your email address will not be published. Required fields are marked *