କଟକ ସଦର, ୧୨/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଶ୍ରମିକ-କର୍ମଚାରୀ ଵିରୋଧୀ ୪ ଟି ଶ୍ରମ କୋଡ଼ ରଦ୍ଦ ଏଵଂ ଅନ୍ୟାନ୍ୟ ଦାବିରେ ଦେଶବ୍ୟାପୀ କର୍ମଚାରୀ ଫେଡେରେସନ ସମୁହଙ୍କ ମିଳିତ ଆହ୍ୱାନରେ ଦେଶବ୍ୟାପୀ ଆଜି ଗୁରୁବାର ଦିନ ସାଧାରଣ ଧର୍ମଘଟ ଓ ଭାରତ ବନ୍ଦ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଅଲ୍ ଇଣ୍ଡିଆ ୟୁନାଇଟେଡ଼ ଟ୍ରେଡ ୟୁନିୟନ ସେଣ୍ଟର (ଏଆଇୟୁଟିୟୁସି) ଓଡ଼ିଶା ରାଜ୍ୟ କମିଟି ଆହ୍ୱାନରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) କିଶନନଗର ଆଞ୍ଚଳିକ ଶାଖା ପକ୍ଷରୁ ସଂପାଦକ ଶ୍ରମିକ ନେତା ରାଜକିଶୋର ମଲ୍ଲିକଙ୍କ ନେତୃତ୍ଵରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡିଛି। ସେହିପରି କଟକ ସଦର ଅଞ୍ଚଳରେ ବନ୍ଦ ର ପ୍ରଭାବ ପଡିନଥିବା ଜଣାଯାଇଛି।
