ସ୍ବର୍ଗତ ଦୟାନିଧି ମଲିକଙ୍କ କୁଇ ଲିପିକୁ ସାର୍ବଜନୀନ କୁଇ ଲିପି ଭାବେ ଘୋଷଣା

ବାଲିଗୁଡା,୧୩/୧୧/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ଘୁ. ଉଦୟଗିରି ଆନୁକୂଲ୍ୟରେ ହଦଗଡ଼ ଶାଖା ଟିକାବାଲିର ଆବାହକତ୍ଵରେ କୁଇ ସମାଜ ଟିକାବାଲି କାର୍ଯ୍ୟାଳୟ ଠାରେ କୁଇ ଭାଷା , ସାହିତ୍ୟ , ଲିପି , ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସମ୍ବନ୍ଧେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ଘୁ.ଉଦୟଗିରି ସ୍ଥିତ ନିଖିଳ ଉତ୍କଳ କୁଇ ସମାଜ ୟୁନିଅନର ସଭାପତି ପୁଷାରା କହଁର ଅଧ୍ୟକ୍ଷତା କରି ସ୍ବର୍ଗତ ଦୟାନିଧି ମଲିକଙ୍କର ‘ କୁଇ ଲିପି ‘ କୁ ଡିଜିଟାଲି କୁଇ ପ୍ୟାଡ୍‌ ମାଧ୍ୟମରେ ଓ ‘ କୁଇ ଲିପି ଗ୍ରା’ମ୍ବା ପୁତି ‘ ଡିଜିଟାଲ ପୁସ୍ତକକୁ ଉନ୍ମୋଚନ କରିଥିଲେ ।  ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲିକ ଯୋଗଦେଇ ସ୍ବର୍ଗତ ଦୟାନିଧି ମଲିକଙ୍କ କୁଇ ଲିପିକୁ ” ସାର୍ବଜନୀନ କୁଇ ଲିପି ” ରୂପେ ଘୋଷଣା କରି ମଣିଷର ଅଙ୍ଗପ୍ରତ୍ୟଙ୍ଗ ଆକୃତି ଗୁଡ଼ିକରୁ ସ୍ବର୍ଗତ ମଲିକ ୧୯୮୨ ମସିହାରେ ‘ କୁଇ ଲିପି ‘ ଆବିଷ୍କାର କରିଥିଲେ । ୧୯୯୯ ମସିହାରେ ୧୯୯୮ ବର୍ଷ ପାଇଁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ , ନୂଆଦିଲ୍ଲୀରୁ ” ଭାଷା ସମ୍ମାନ ” ପ୍ରାପ୍ତ କରିଥିଲେ । ଆଜକୁ ପ୍ରାୟ ୩୫ ବର୍ଷ ହେବ କନ୍ଧ/କୁଇ ସମୁଦାୟ ସେହି କୁଇ ଲିପିକୁ ବ୍ୟବହାର କରି ଆସୁଛନ୍ତି । ବର୍ତ୍ତମାନ କୁଇ ଲିପିକୁ କୁଇ ପ୍ୟାଡ୍‌ ମାଧ୍ୟମରେ  କମ୍ପ୍ୟୁଟରରେ ଯେଉଁ ଲେଖିବା ସମ୍ଭବ ହୋଇଛି ତାହା କୁଇ ଲିପି ବିକାଶର ପରିଚାୟକ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ  ମିହିର ଚାନ୍ଦ୍ ମଲିକ , ମୁଖ୍ୟବକ୍ତା ଭାବେ ଟିକାବାଲି ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଦିଲ୍ଲିପ କହଁର, ଟିକାବାଲି ସରପଞ୍ଚ କୁନ୍ଦୁରୁ ମଲିକ , କୁଇ ସମାଜ ହଦଗଡ଼ ଶାଖା ର ସଭାପତି ତପନ କହଁର ,ସମ୍ପାଦକ ଜନକ ପ୍ରଧାନ , ସହ ସମ୍ପାଦକ ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l  ସମାଜର ଅନ୍ୟ ମାନଙ୍କ ମଧ୍ୟରେ ନରୋତ୍ତମ ପ୍ରଧାନ , ସୁଭାଷ ଚନ୍ଦ୍ର ପ୍ରଧାନ , ବିରେନ୍ଦ୍ର ପ୍ରଧାନ , ଶରତ ମଳିକ , ଅବନୀ କାହଁର , ଶ୍ରୀମତୀ ଜାନକୀ ପ୍ରଧାନ , ବିଜୟ ପ୍ରଧାନ ,ପ୍ରଦୀପ କହଁର , ଲଙ୍କେଶ୍ଵର କହଁର , ସମସ୍ତ ହଦଗଡ଼ ଶାଖା ଅନ୍ତର୍ଗତ ଉପ ଶାଖାର ସଭାପତି, ସମ୍ପାଦକ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *