ଭୁବନ,୦୫/୦୩/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ସଭଗୃହରେ ପରିମଳ କର୍ମଚାରୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଏକ ଶିବିର ଆୟୋଜନ କରାଯାଇଥିଲା ।
ଏଥିରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଦଳ ଉପସ୍ଥିତ ରହି ପରିମଳ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା । ଫଗୁଣ ମାସରେ ବୈଶାଖ ମାସର ତାତି ଅନୁଭବ ହେଉଥିବାରୁ ଭୁବନର ବ୍ୟସ୍ତ ବହୁଳ ଅଞ୍ଚଳ କାଳୀ ବଜାର ସମେତ ୪ ଟି ପ୍ରମୁଖ ସ୍ଥାନରେ ଜଳଛତ୍ର ଖୋଲାଯାଇ ବାଟୋଇ ଏବଂ ଯାତ୍ରୀ ମାନଙ୍କୁ ଜଳ ଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସୁଭଦ୍ରା ଶୋଭାଯାତ୍ରା ଏନ୍ ଏ ସି କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା ।
ଏଥିରେ ଗୋଷ୍ଠୀ ସଂଗଠିକା ଦିପାଳୀ ସାମନ୍ତ,ସ୍ୱଚ୍ଛ ସାଥୀ,ସ୍ୱଚ୍ଛ କର୍ମୀ,ସୁଭଦ୍ରା ହିତାଧିକାରୀ,ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ବଡ ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପରିମଳ କର୍ମଚାରୀ ଙ୍କ ସହିତ ସ୍ୱଚ୍ଛ ସାଥୀ,ପରିମଳ ଉପଚାର କେନ୍ଦ୍ର କର୍ମଚାରୀ,ସମ୍ପଦ କେନ୍ଦ୍ର ସ୍ୱଚ୍ଛ କର୍ମୀ,କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ସାମୁହିକ ପ୍ରୀତିଭୋଜନ କରିଥିଲେ ।
