ଦିଘି-ପାଇକସାହି-ଚାଞ୍ଚପଡା ମୁଖ୍ୟମନ୍ତ୍ରୀ ସଡ଼କ ର ଶିଳାନ୍ୟାସ

କଟକ ସଦର,୧୧/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୫.୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେବାକୁ ଥିବା ଦିଘି-ପାଇକସାହି-ଚାଞ୍ଚପଡା ରାସ୍ତା କୁ ଆଜି ବୁଧବାର ଦିନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଶିଳାନ୍ୟାସ କରିଥିବା ଜଣାପଡିଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ସେଠୀ ଯୋଗଦେଇ ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ମୋହନ ସରକାରଙ୍କର ବହୁମୂଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଂଜନ ରାଉଳ, ପୂର୍ବତନ ସଭାପତି ଅଭୟ ସ୍ୱ।ଇଁ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଜିଲ୍ଲା ଉପସଭାପତି ସୁରେଶ ଜେନା, ମନୋରଞ୍ଜନ ପତି, ଅକ୍ଷୟ ଜେନା, ଵିନୋଦ କୁମାର ପତି, ଲକ୍ଷ୍ମୀଧର ଜେନା, ଅମିତାଭ ବିଶ୍ୱାଳ, ମନୋଜ ସିଂହ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।ଗ୍ରାମ ଉନ୍ନୟନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାନସ ଚୈ।ଧୁରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *