ବାଲିସାହି ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ

କଟକ ସଦର,୧୧/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ବାଲିସାହି ବରିଷ୍ଠ ନାଗରିକ ମଞ୍ଚର ଏକ ସାଧାରଣ ବୈଠକ ସଭାପତି ଦୁଃଶାସନ ବେହେରା ଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗତ ବନ୍ଧୁମିଳନ ଉତ୍ସବ ରେ ହୋଇଥିବା ଆୟବ୍ୟୟର ହିସାବକିତାଵ  ସମୀକ୍ଷା କରାଯାଇ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

ଆସନ୍ତା ମେ ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବ ପାଳନ ପାଇଁ ବିଶେଷ ଭାବେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ମଞ୍ଚର ଏକ ପତ୍ରିକା ପ୍ରକାଶନ ପାଇଁ ମତପ୍ରକାଶ ପାଇଥିଲା। ମଞ୍ଚର ଏକ ସ୍ଥାୟୀ କାର୍ଯ୍ୟାଳୟ ପାଇଁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଅନୁଦାନ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିବାରୁ ମଞ୍ଚ ପକ୍ଷରୁ ତାଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଏଥିରେ ବହୁ ସଂଖ୍ୟକ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଉପସଭାପତି ଅଶ୍ୱିନୀ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *