ବିଧାୟକ ହେବା ପରେ ଭାଇମାନଙ୍କୁ ଦୂରେଇ ଦେଲେ ପ୍ରଭାତ ଓ ଚନ୍ଦ୍ର ସାରଥି ! 

କଟକ ସଦର, ୧୭/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାଇମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସଂଗଠନ ଯୋଗୁଁ ବିଧାୟକ ଭାବେ ନିର୍ବାଚିତ ହେଲା ପରେ ସେମାନଙ୍କୁ ଦୂରେଇ ଦେବା କେତେଦୂର ଯଥାର୍ଥ ତାକୁ ନେଇ ଏବେ କର୍ମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଯେ ବଡ଼ ଭାଇ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କୁ ବିଧାୟକ କରିବାକୁ ସାନଭାଇ ଆରତ ରଞ୍ଜନ ବିଶ୍ୱାଳ(ଵେଙ୍ଗଲା) ନିଜର ସଂଗଠନ ବଳରେ କଟକ ସଦର ଏଵଂ ଚୈ।ଦ୍ୱାର କଟକ ରେ ବିଧାୟକ ନିର୍ବାଚିତ କରାଇବାରେ ସହାୟକ ହୋଇଥିଲେ।

      ସୂର୍ଯ୍ୟ ସାରଥି ବେହେରା
ଆରତ ରଞ୍ଜନ ବିଶ୍ୱାଳ

ସେହିପରି କଟକ ସଦରରେ ସମ୍ପର୍କୀୟ ଦାଦା ତଥା ପୂର୍ବତନ ମନ୍ତ୍ରୀ କାଳିନ୍ଦୀ ବେହେରାଙ୍କୁ ଓ ପରବର୍ତ୍ତୀ ସମୟରେ ତାଙ୍କ ପୁଅ ସମ୍ପର୍କୀୟ ସାନ ଭାଇ ଚନ୍ଦ୍ର ସାରଥି ବେହେରାଙ୍କୁ ବିଧାୟକ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଜଣାଶୁଣା ସଂଗଠକ ସୂର୍ଯ୍ୟ ସାରଥି ବେହେରା(କୁନା)। ଏମିତି କଣ ହେଲା କେଜାଣି ଅଜଣା ଭୟରେ ପ୍ରଭାତ ରଞ୍ଜନ ଓ ଚନ୍ଦ୍ର ସାରଥି ଦୁଇ ଭାଇଙ୍କୁ ରାଜନୀତିରୁ ସମ୍ପୁର୍ଣ୍ଣ ଦୂରେଇ ଦେଲେ। ଯେଉଁଥିପାଇଁ କୁନା ବେହେରା ଓ ଵେଙ୍ଗଲା ବିଶ୍ୱାଳଙ୍କ ସମର୍ଥକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଏବେ ବି ଲାଗିରହିଛି। ତଥାପି ସୂର୍ଯ୍ୟ ସାରଥି ଓ ଆରତ ରଞ୍ଜନ ନିଜର ଅନୁଗତ ମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରି ନିର୍ବାଚନ ମଣ୍ଡଳୀରେ ତାଙ୍କର ବ୍ୟକ୍ତିଗତ ସଂଗଠନକୁ ସୁଦୃଢ କରିବାରେ ଲାଗି ପଡ଼ିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *