କଟକ ସଦରରେ ପ୍ରତାପ ଜେନା ଙ୍କ  ବୈଠକ କୁ ନେଇ ଚର୍ଚ୍ଚା

କଟକ ସଦର,୧୧/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦରର ରେ ମାହାଙ୍ଗା ର ପୂର୍ବତନ ବିଧାୟକ ପ୍ରତାପ ଜେନା ଙ୍କ ବୈଠକ କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ ସଦର ନିର୍ବାଚନମଣ୍ଡଳୀର ରାମକୁମାରପୁର ଠାରେ ଥିବା ନିଜ ଘରେ ପ୍ରତାପ ଜେନା ମଝିରେ ମଝିରେ ଆସି ବିଜେଡ଼ି କର୍ମୀ ମାନଙ୍କୁ ନେଇ ସିଟିଙ୍ଗ୍ ଇଟିଙ୍ଗ୍ କରୁଥିବା ଜଣାପଡିଛି।

ଗତକାଲି ମଙ୍ଗଳବାର ରାତିରେ ସିର୍ଲୋ ଠାରେ ମଧ୍ୟ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗଦେଇ ପୁରୁଣା କର୍ମୀ ମାନଙ୍କ ସହିତ ଆଲୋଚନା କରି ଫେରି ଯାଇଥିବା ଜଣାପଡିଛି। ମାହାଙ୍ଗା ରେ ପ୍ରତାପ ଙ୍କର ପ୍ରତାପ ଖସୁଥିବାରୁ ଏଵଂ ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ହେବାର ସମ୍ଭାବନା ଥିବାରୁ ପ୍ରତାପ ଏଠାରୁ ପ୍ରାର୍ଥୀ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ପ୍ରତାପ ପ୍ରସ୍ତାବିତ  ନୂତନ  କିଶନନଗର ନିର୍ବାଚନ ମଣ୍ଡଳୀ ଉପରେ ଆଖି ପକାଇଥିବା ଚର୍ଚ୍ଚା ହେଉଛି। ଏହା ହେଉଛି ପୂର୍ବତନ ବିଜେଡି ବିଧାୟକ ଚନ୍ଦ୍ର ସାରଥି ବେହେରା ଙ୍କ ଗଡ଼  ।

Leave a Reply

Your email address will not be published. Required fields are marked *