ଗୁରୁକୁଳ ଶିକ୍ଷା ପଦ୍ଧତି ଭଲମଣିଷର କାରଖାନା

ଖୋର୍ଦ୍ଧା, ୨୩/୧୨/୨୦୨୩ (ଓଡ଼ିଶା ସମାଚାର/ ଦୀପ୍ତିରଂଜନ କାନୁନଗୋ)- : ବେଗୁନିଆ ପରିଚ୍ଛଳସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୁଳର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ। ଆଜିଠାରୁ ତିନିଦିନ ଧରି ଚାଲିବାକୁଥିବା ଆଶ୍ରମର ଏହି କାର୍ଯ୍ୟକ୍ରମ ଯୋଗ, ୫୧କୁଣ୍ଡୀୟଯଜ୍ଞ, ବୈଦିକ ଭଜନ ଓ ପ୍ରବଚନ ମାଧ୍ୟମରେ ଅନୁଷ୍ଠିତ ହେବାର ନେଇ ଅଧିଷ୍ଠାତା ବିଶିଷ୍ଟ ବୈଦିକ ବିଦ୍ବାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ପ୍ରକାଶକରିଛନ୍ତି।ଆଜିର ପ୍ରବଚନରେ ବକ୍ତା ଭାବରେ ଗୁଜୁରାଟ ରୋଜଡରୁ ଆସିଥିବା ସ୍ବାମୀ ମୁକ୍ତାନନ୍ଦ ସରସ୍ବତୀ ଓ ସ୍ବାମୀ ଶାନ୍ତନନ୍ଦ ସରସ୍ବତୀ ଯୋଗଦେଇଥିଲେ।ଅତିଥି ଭାବରେ ଡକ୍ଟର ବିକାଶ ପଣ୍ଡା, ଅଜୟ ନାୟକ, ନୟାଗଡ଼ର ସ୍ବାମୀ ମୁକ୍ତାନନ୍ଦ ସରସ୍ବତୀ, ଶ୍ରୃତିପ୍ରିୟ ବାନପ୍ରସ୍ଥି, ସୁରେନ୍ଦ୍ର ଛୋଟରାୟ ମଞ୍ଚାସୀନ ଥିଲେ।ଗୁରୁକୁଳ ଶିକ୍ଷାପଦ୍ଧତି ଦ୍ବାରା ସମାଜରେ ଭଲମଣିଷ ମାନଙ୍କର ଅଭାବ ହେବନାହିଁ ଓ ଆଧୁନିକ ଶିକ୍ଷାପଦ୍ଧତିର ବିନାଶ ରୂପ ଦେଖିବାକୁ ମିଳିବ ନାହିଁ।ଆଜିର ଦିନରେ ପିତାମାତା ନିଜପିଲାମାନଙ୍କୁ ଘରେ ସମୟ ଦେଉନାହାନ୍ତି କି ଚାଲିଚଳନି, ଆଚାର ବ୍ୟବହାରର ଶିକ୍ଷା ଦେଉନାହାନ୍ତି।ଘରେ ଆୟା ପାଖରେ ପିଲାକୁ ଛାଡିମା’ ମାନେ କିଟିପାର୍ଟ ଓ ମୋବାଇଲରେ ବ୍ୟସ୍ତ ରହୁଛନ୍ତି।ଛୋଟବେଳେ ପିଲାମାନଙ୍କୁ ଆମେ ଯେଉଁ ଶିକ୍ଷାଦେବା ତାହା ସେ ବଡହେଲେ ଆମ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରିବେ ମାନେ ପିଲାକୁ ପିତାମାତା ଏବେ ଆୟା ପାଖରେ ଛାଡୁଛନ୍ତି ପିଲା ବଡ ହେଲେ ପିତାମାତାଙ୍କୁ ବୃଦ୍ଧା ଆଶ୍ରମ ପଠେଇ ଦେଉଛନ୍ତି।ଏହା ଆମରପର ମ୍ପରାନୁହେଁ ଆମଦେଶ ଋଷିମୁନିର ଦେଶ, ତେଣୁ ଆମର ପିଲାମାନେ କିପରି ସଂସ୍କାରିତ ହେବେ ତାହା ଆମର କର୍ତ୍ତବ୍ୟ।ଯଦି ପିଲାମାନଙ୍କୁ କାର୍ଯ୍ୟବ୍ୟସ୍ତତା ପାଇଁ ସମୟ ଦେଇପାରୁନାହାନ୍ତି ତାହାଲେ ଭଲ ସଂସ୍କାରୀଟିଏ ପାଇଁ ଉତ୍ତମ ସ୍ଥାନ ଗୁରୁକୁଳ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଗୁରୁକୁଳର ଆଚାର୍ଯ୍ୟ ଧର୍ମରାଜ, ପ୍ରତାପ ପଟ୍ଟନାୟକ, ରବିନାରାୟଣ ଲେଙ୍କା, ଲକ୍ଷ୍ମୀଧର ପଣ୍ଡା ଓ ସମ୍ପାଦକ ଦୁଷ୍ମନ୍ତ ସ୍ବାଇଁ ପରିଚାଳନା କରିଥିଲେ।ପ୍ରତ୍ୟେକ ଦିନ ଯଜ୍ଞ ଓ ଯୋଗ କାର୍ଯ୍ୟକ୍ରମରେ ଆଶ୍ରମର ଶତାଧିକ ବ୍ରହ୍ମଚାରୀ, ଛାତ୍ରଛାତ୍ରୀ ଓ ଅବିଭାବକ  ଯୋଗଦେଇଥିଲେ।

-0-

Leave a Reply

Your email address will not be published. Required fields are marked *