ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ମୀର ଆଜମିର ଅଲ୍ଲୀ ଙ୍କ ଦେହାନ୍ତ,ଶୋକର ଛାୟା

କଟକ ସଦର, ୧୦/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଂଖ୍ୟାଲଘୁ ସେଲ୍ ର ସଭାପତି ମୀର ଆଜମିର ଅଲ୍ଲୀ (ହାଡୁ) ଙ୍କର ଆଜି ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ୫୫ ବର୍ଷ ବୟସରେ ପରଲୋକ ଘଟିଥିବା ଜଣାପଡିଛି। ପ୍ରକାଶ ଯେ ଗତ ଆଠଦିନ ତଳେ ହାଡୁ ବିରିଡ଼ି ହାଟରୁ ପରିଵା ନେଇ ଚାନ୍ଦିପୁରସ୍ଥିତ ଘରକୁ ମଟରସାଇକେଲ ଯୋଗେ ଫେରୁଥିବା ବେଳେ ଜଗତସିଂହପୁର ପଟୁ ଆସୁଥିବା ଏକ ବୋଲର ତାଙ୍କୁ ଧକ୍କା ଦେଇଥିଲା।

ଏଥିରେ ହାଡୁ ଗୁରୁତର ଆହତ ହୋଇ କୋମା ଅଵସ୍ଥାରେ କଟକ ଵଡ ମେଡିକାଲ ରେ ଚିକିତ୍ସିତ ହେଉଥିଲେ।ସିଏ ବିରିଡ଼ି ବ୍ଲକ ହାଜିପୁର ପଞ୍ଚାୟତର ପୂର୍ବରୁ ସରପଂଚ ଥିବା ସମୟରେ ବହୁ ଜନହିତକର କାର୍ଯ୍ୟକ୍ରମ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ।ସିଏ ଜଣେ ମିଷ୍ଟଭାଷୀ ଅମାୟିକ ଭାଇଚାରାର ନେତା ଭାବେ ଜଣାଶୁଣା ଥିବାରୁ ତାଙ୍କ ଅକାଳ ବିୟୋଗ ରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ତିର୍ତ୍ତୋଲ ବିଧାୟକ ଡଃ ପ୍ରଫେସର ରମାକାନ୍ତ ଭୋଇ, ଜିଲ୍ଲା ବିଜେଡ଼ି ସଭାପତି ରବିନାରାୟଣ ଜେନା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଶୋକଵ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *