କଟକ ସଦର, ୧୦/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳର ତଥା କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ପରମହଂସନାଥ ଙ୍କ ଆଗମୀ ୧୫ ତାରିଖ ରବିବାର ଦିନ ହେବାକୁ ଥିବା ୫ ଦିନିଆ ମହାଶିବରାତ୍ରି ଜାଗର ଯାତ୍ରା ଶୃଙ୍ଖଳିତ ହେବାକୁ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କୁ ନେଇ ତୃତୀୟ ତଥା ଶେଷ ପ୍ରସ୍ତୁତି ବୈଠକ ଆଜି ମଙ୍ଗଳବାର ସଂଧ୍ୟାରେ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ପରମହଂସ ସରପଂଚ ଅଶୋକ ପାତ୍ର ଙ୍କ ପୈ।ରୋହିତ୍ୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ,ତହସିଲଦାର ଦେବଦତ୍ତ ପ୍ରଧାନ, ମନ୍ଦିର ଟ୍ରଷ୍ଟି ଯୁଵ ଉଦ୍ୟୋଗୀ ବିକ୍ରମ ରାଉତ, ମନ୍ଦିର ସୁରକ୍ଷା ସମିତି ସଭାପତି ପ୍ରଫୁଲ୍ଲ ସିଂହ, ସମାଜସେବୀ ପୁଷ୍ପରାଜ ପ୍ରଧାନ, ଏସିପି ସୁଧାଂଶୁ ଭୂଷଣ ଜେନା, କନ୍ଦରପୁର ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ,୪୨ ମୈ।ଜା ଥାନା ଅଧିକାରୀ ହେମନ୍ତ କୁମାର ସେଠୀ, ସେବାୟତ ସଂଘ ସଭାପତି ଅରୁଣ କୁମାର ଦାଶ, ହଂସନାଥ ସ୍ୱେଚ୍ଛାସେବୀ ସଂଗଠନ ସଭାପତି ଲକ୍ଷ୍ମୀଧର ରାଉତ, ହୃଷିକେଶ ଜେନା,ସମର ବେହେରା, ଜଗନ୍ନାଥ ପଣ୍ଡା, ଜିତେନ୍ଦ୍ର କୁମାର ଦାଶ, ଡ଼ା ଶୁଭାଶିଷ ଶତପଥୀ,ରାମ ଚନ୍ଦ୍ର ପଣ୍ଡା,ରବି ନାରାୟଣ ସିଂହ, ପୂର୍ବତନ ସରପଂଚ ଅନିରୁଦ୍ଧ ରାଉଳ, ପୂର୍ବତନ ସରପଂଚ ନିର୍ମଳ ଦାସଙ୍କ ସମେତ ଟ୍ରଷ୍ଟ ବୋର୍ଡ ର ସମସ୍ତ ସଦସ୍ୟ ଯୋଗ ଦେଇ ଯାତ୍ରା ର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିବା ସହିତ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
ଶେଷରେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ଧନ୍ୟବାଦ ଦେଇଥିଲେ ।
