ଜଙ୍ଗଲ ନିଆଁ ନିବାରଣ  ସଚେତନତା ଶୋଭାଯାତ୍ରା

ଘଟଗାଁ ୧୦/୦୨/୨୦୨୬ (ଓଡିଶା ସମାଚାର)-ଅଟେଇ ସଂରକ୍ଷିତ ଜଙ୍ଗଲକୁ କିପରି ନିଆଁ ଠାରୁ ସୁରକ୍ଷା ଦେଇ ହେବ ସେ ନେଇ ସୋମବାର ଘଟଗାଁ ବନ ବିଭଗ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମେଲାଣ ପାଲବଣି ସାହି ବନ ସୁରକ୍ଷା ସମିତି ଓ ପୋଇଜାମୁଳା ବନ ସୁରକ୍ଷା ସମିତି ଆନୁକୁଲ୍ୟରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଗ୍ରାମରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ମାନେ ଏଥିରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିଥିଲେ। ଘଟଗାଁ ଫରେଷ୍ଟର ବିଶ୍ୱ ମୋହନ ମିଶ୍ର ,ଫରେଷ୍ଟର ଅଙ୍କିତା ସିଂ ନେତୃତ୍ବରେ ଆମ ଜଙ୍ଗଲ ଯୋଜନାର ବ୍ଲକ କୋଡିନେଟର ରଂଜିତ କୁମାର ପଲେଇ,ଫରେଷ୍ଟ ଗାର୍ଡ  ମୋନାଲିଶା ପାତ୍ର ,ପାରା ଫରେଷ୍ଟ କର୍ମଚାରୀ, ଗଜସାଥୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ପାଲବଣୀ ସାହିରୁ ଶୋଭାଯାତ୍ରା ବାହାରି ବିଭିନ୍ନ ସାହିବସ୍ତି ପରିକ୍ରମା କରି ପୋଇଜାମୁଳା ବନ ସୁରେକ୍ଷା ସମିତି କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଆୟୋଜିତ ଏକ ସଚେତନତା ସଭାରେ ଜଙ୍ଗଲରେ କିପରି ନିଆଁ ନଲାଗିବ ସେଥିନେଇ ଲୋକଙ୍କୁ ସଚେତନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *