ଖସିପଡିଲା ସେଣ୍ଟ୍ରିଙ୍ଗ ପ୍ଲେଟ, ବଡ଼ ଦୂର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲେ ଦୁଇ ସାମ୍ବାଦିକ

ଲକ୍ଷ୍ମୀପୁର,୦୩/୦୮/୨୦୨୫ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଠାରୁ ରାୟଗଡା ରେଳ ଲାଇନ ଦୋହରି କରଣ କରାଯାଉଥିବା ବେଳେ ଡବଲ ଲାଇନ ସକାଶେ ଲକ୍ଷ୍ମୀପୁର ଠାରୁ କାକିରିଗୁମା ଯାଏଁ ଓଭର ବ୍ରିଜ ଗୁଡିକ ତିଆରି ଚାଲିଛି।ଫଳରେ ଲକ୍ଷ୍ମୀପୁର ଠାରୁ ପୁରା ୨୦ କିଲୋମିଟର ରାସ୍ତା ବିପଦ ପୁର୍ଣ ଅବସ୍ଥାରେ ରହିଛି। ଦୋହରୀକରଣ କାର୍ୟ୍ୟ ନେଇଥିବା ଠିକା ସଂସ୍ଥା ମନଇଚ୍ଛା କାମ କରୁଥିବାରୁ ପାଦେ ପାଦେ ରେ ବିପଦ ଭରି ରହିଛି।

କାକିରିଗୁମା ଠାରୁ ଅଳ୍ପ ଦୁର ରେ ଥିବା ଦାମନଯୋଡି ଛକ ଠାରେ ଜାତୀୟ ରାଜପଥ ଉପରେ ଟ୍ରେନ ଲାଇନର ଓଭର ବ୍ରିଜ କାମ ଚାଲୁ ରହିଥିଲା । ଗତ କିଛି ଦିନ ତଳେ ଏହା ଉପରେ ସ୍ଲାବ ପକାଯାଇଥିଲା। ଶନିବାର ସ୍ଲାବ ର ସେଣ୍ଟ୍ରିଙ୍ଗ ଖୋଲା ଯାଉଥିଲା ହେଲେ ଜାତୀୟ ରାଜପଥ ରେ କୌଣସି ସୂଚନା ଫଳକ କିମ୍ବା ଷ୍ଟପ ବୋର୍ଡ ଦିଆଯାଇନଥିଲା। ଫଳରେ ଅନେକ ଯାନବାହନ ବିପଦ ପୁର୍ଣ ଭାବେ ଯାତାୟାତ କରୁଥିଲେ ।

ଲକ୍ଷ୍ମୀପୁର ସମ୍ବାଦ ପ୍ରତିନିଧି ପରମେଶ୍ୱର ସାହୁ ଓ ସମାଜ ପ୍ରତିନିଧି ଶରତ ନାୟକ ଦୁଇଜଣ ସାମ୍ବାଦିକ ଏକ ବଡ଼ ଦୂର୍ଘଟଣା ରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଦୁହେଁ ଏକ ସ୍କୁଟି ଯୋଗେ କୋରାପୁଟ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିବାକୁ ସେହି ରାସ୍ତାଦେଇ ଗଲା ବେଳେ ହଠାତ ରେଳ ଓଭର ବ୍ରିଜ ଉପରୁ ସେଣ୍ଟ୍ରିଙ୍ଗ ପ୍ଲେଟ ଖସି ପଡିଥିଲା।ଭାଗ୍ୟ ବଶତଃ ସେଣ୍ଟ୍ରି ପ୍ଲେଟ ତାଙ୍କ ଉପରେ ନପଡ଼ି ପଛରେ ପଡିଥିଲା। ଠିକା କମ୍ପାନୀର ଏହି ଭଳି ମନମୁଖୀ କାର୍ୟ୍ୟକୁ ନେଇ ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆଗାମୀ ଦିନରେ ସେମାନେ କାକିରିଗୁମା ଥାନାରେ ଅଭିଯୋଗ କରିବେ ବୋଲି ଜଣା ପଡିଛି।

Leave a Reply

Your email address will not be published. Required fields are marked *