ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ

ଘଟଗାଁ ୧୦/୦୨/୨୦୨୬ (ଓଡିଶା ସମାଚାର)-ବାରବାଙ୍କ ସଂରକ୍ଷିତ ଜଙ୍ଗଲକୁ କିଭଳି ନିଆଁ ଦାଉରୁ ରକ୍ଷା କରା ଯାଇପାରିବ ସେ ନେଇ  ଆଜି ଘଟଗାଁ ବନବିଭାଗ ତରଫରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରଙ୍ଗାମାଟିଆ ବନ ସୁରକ୍ଷା ସମିତି ଆନୁକୁଲ୍ୟରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତାମାନେ ଏଥିରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିଥିଲେ। ଦେଓବନ୍ଧ ଫରେଷ୍ଟର ଶରଣ ବାରିକ ,ଆମ ଜଙ୍ଗଲ ଯୋଜନାର ସଂଯୋଜକ ରଂଜିତ କୁମାର ପଲେଇଙ୍କ ନେତୃତ୍ବରେ ଫରେଷ୍ଟ ଗାର୍ଡ ରୁପଶ୍ରୀ ସାହୁ, ଅଲିତ କୁମାର ନାଏକ,ଡିଓ ପ୍ରକଳ୍ପ ରାକେଶ କୁମାର ସାହୁ ଗଜସାଥୀ ଏଥିରେ ଭାଗନେଇ ଥିଲେ । ରଙ୍ଗାମାଟିଆ ଗ୍ରାମରୁ ଶୋଭାଯାତ୍ରା ବାହାରି ବିଭିନ୍ନ ସାହିବସ୍ତି ପରିକ୍ରମା କରି ବିନିଦା ଛକ ଠାରେ ପହଞ୍ଚିଥିଲା । ପରେ ଏକ ସଚେତନତା ସଭାର ଆୟୋଜନ କରାଯାଇ ଜଙ୍ଗଲରେ କିପରି ନିଆଁ ନ ଲାଗିବ ସେଥିନେଇ ଲୋକଙ୍କୁ ସଚେତନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *