ଯୌତୁକ ନିଷେଧ ଅଧିନିୟମ ର ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର

ଜଗତସିଂହପୁର, ୧୬/୦୧/୨୦୨୬ (ଓଡ଼ିଶା ସମାଚାର)-  ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତିଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଯୌତୁକ ନିଷେଧ ଅଧିନିୟମ ର ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର” ଆୟୋଜନ କରାଯାଇଥିଲା  ।ଏହି ଶିବିର ରେ ସମ୍ମାନନୀୟ ଅତିଥି ଭାବେ ମେଡିକାଲ ଅଫିସର ଡ. ବାସନ୍ତୀ ପାଲ,  ସହାୟକ ଜିଲ୍ଲାପାଳ ଶ୍ରୀମତୀ ତୃପ୍ତିମୟୀ ପ୍ରଧାନ, ମୁଖ୍ୟ ଆଇନ ସହାୟକ ପ୍ରତିରକ୍ଷା ପରାମର୍ଶ ଦାତା ଭାବେ ଶ୍ରୀ D.N. ଆଚାର୍ଯ୍ୟ ଏବଂ SVM ମହାବିଦ୍ୟାଳୟ ର ଅଧ୍ୟାପିକା ଶ୍ରୀମତୀ ଶୁଭଶ୍ରୀ ମହାନ୍ତି ଓ ସଭାପତି ରାଧାକୃଷ୍ଣ କ୍ଲବ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମଲ୍ଲ ଉପସ୍ଥିତ  ଥିଲେ। ଆଜିର ମୁଖ୍ୟ ବିଷୟ ଯୌତୁକ ପ୍ରଥାର ସମାଜ ଚେତନା ଉପରେ କୁପ୍ରଭାବ ଏବଂ ଏଥି ସହିତ ସଂଯୁକ୍ତ ନ୍ୟାୟିକ ବ୍ୟବସ୍ଥା ଉପରେ ସମସ୍ତେ ନିଜର  ମତ ପ୍ରକାଶ କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ ସମାଜର ଏହି କୁପ୍ରଥା ଯୋଗୁ ହେଉଥିବା କ୍ଷତି ଏବଂ ନାରୀ ମାନଙ୍କ ପ୍ରତି ନିର୍ଯାତନା ବିଷୟରେ ମତ ପ୍ରଦାନ କରିବା ସହ ନିଜେ ଶିକ୍ଷିତ ଓ ସଚେତନ ହେଲେ ସମାଜ ର ଏହି ବ୍ୟାଧି କୁ ଦୂର କରିହେବ ବୋଲି କହିଥିଲେ।ସହାୟକ  ଜିଲ୍ଲାପାଳ  ତୃପ୍ତିମୟୀ ପ୍ରଧାନ କିପରି ଏହି କୁପ୍ରଥା କୁ ଦୁରେଇବାକୁ ଚେଷ୍ଟା କରାଯିବ ତା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ସେଠୀ ଯୌତୁକ ଦ୍ଵାରା କିଶୋରୀ ବାଳିକା ଏବଂ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯାତନା ଓ ଏହାର ନିରାକରଣ ବିଷୟରେ ମତ ରଖିଥିଲେ । ଅଧ୍ୟାପିକା ଶ୍ରୀମତୀ ମହାନ୍ତି  ଶିକ୍ଷା ମାଧ୍ୟମ ରେକିପରି କୁପ୍ରଥା କୁ ସମାଜରୁ ଦୂର କରି ହେବ ସେ ବିଷୟରେ ଆଲୋକ ପ୍ରଦାନ କଲେ। ବରିଷ୍ଠ ଆଇନ ସହାୟକ  ସମସ୍ତ ନ୍ୟାୟିକ ବ୍ୟବସ୍ଥା ବିଷୟରେ ବୁଝାଇଲେ ଏବଂ ସରକାର ଓ ଭାରତୀୟ ନ୍ୟାୟ ସଂହିତା ର ଉପଯୁକ୍ତ ପ୍ରାବଧାନ ବିଷୟରେ ଅବଗତ କରାଇଲେ।

ଏହି ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ଦେବା ସହିତ ସଭାକୁ ପରିଚାଳନା କରିଥିଲେ ଓ ସର୍ବ ଶେଷରେ  ଉପ ବିଭାଗୀୟ ଅଧିକାରୀ ଶ୍ରୀମତୀ କବିତା ମୁର୍ମୁ ଧନ୍ୟବାଦ ପ୍ରଦାନ କରିଥିଲେ। ଉକ୍ତ ସଭାରେ ସମସ୍ତ  ସମନ୍ୱିତ ଶିଶୁ ଓ ମହିଳା ବିକାଶ ଅଧିକାରୀ ,ସ୍ଵୟଂ ସହାୟକ ଗୋଷ୍ଠୀ ମା ମାନେ, ମହାବିଦ୍ୟାଳୟ ଛାତ୍ରୀ, , ଶକ୍ତି ସଦନ ର କାର୍ଯ୍ୟକାରୀ ମହିଳା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି  ସଭାକୁ ସଫଳ କରିବାରେ ସହଯୋଗ କରିଥିଲେ । ଶିବିର ର ଫଳ ସ୍ୱରୂପ ସମସ୍ତ ଉପସ୍ଥିତ ବ୍ୟକ୍ତି ନିଜକୁ ଏ କୁପ୍ରଥାରୁ ରୁ ଦୂରେଇ ରଖିବା ଏବଂ ଏଥି ସହିତ ସମସ୍ତଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ।

Leave a Reply

Your email address will not be published. Required fields are marked *