ପଦ୍ମ ପୋଖରୀରେ ପଶିଲେ ବିରିଡ଼ି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର 

କଟକ ସଦର ,୧୦/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ବହୁ ବର୍ଷ ଧରି ବିଜେଡ଼ିରେ ଥିବା ଏଵଂ ଦୁଇଥର ବିଜେଡ଼ି ସମର୍ଥନରେ ବିରିଡ଼ି ବ୍ଲକ ଅଧ୍ୟକ୍ଷା ପଦ ହାତେଇ ଥିବା ପୂର୍ବତନ ସରପଂଚ ନେତ୍ରାନନ୍ଦ ପାତ୍ର ଙ୍କ ପତ୍ନୀ ମମତା ପାତ୍ର ଶେଷରେ ଗତକାଲି ସୋମବାର ଦିନ ରାଜ୍ୟ ଵିଜେପି କାର୍ଯ୍ୟାଳୟ ରେ ବହୁ ସମର୍ଥକଙ୍କୁ ନେଇ ବିଜେପି ରେ ସାମିଲ ହୋଇଥିବା ଜଣାପଡିଛି।

ଶ୍ରୀମତୀ ପାତ୍ର ଙ୍କ ସହିତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ତଥା ଜଗତସିଂହପୁର ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଦେଵୀ ପ୍ରସାଦ ତ୍ରିପାଠୀ, ପ୍ରକାଶ କୁମାର ଦାସ, ପୂର୍ବତନ ବିରିଡ଼ି ବ୍ଲକ ଆତ୍ମା ଅଧ୍ୟକ୍ଷ ନୃସିଂହ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାସ ପ୍ରମୁଖ ଙ୍କ ସମେତ ଅନେକ ସରପଂଚ ଓ ସମିତି ସଭ୍ୟ/ସଭ୍ୟା ବିଜେପି ରେ ସାମିଲ ହୋଇଛନ୍ତି। ରାଜ୍ୟ ଵିଜେପି ସଭାପତି ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ମିଶାଇ ଥିଲେ। ଏଥିରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ଥିବା ଆଇନଜୀବୀ ରାଜକିଶୋର ବେହେରା ଓ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଉପସ୍ଥିତ ଥିଲେ। ତେବେ ଖୁବ୍ ଶୀଘ୍ର ଜଗତସିଂହପୁର ଜିଲ୍ଲା ଭେଟେରାନ ବିଜେଡ଼ି ନେତା, ପୂର୍ବତନ ବିଜେଡି ଜିଲ୍ଲା ସଭାପତି, ପୂର୍ବତନ ମନ୍ତ୍ରୀ, ସ୍ୱର୍ଗତ ବିଷ୍ଣୁ ଦାସ ସୁପୁତ୍ର ପୂର୍ବତନ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବିଜେପି ରେ ମିଶାଇବାକୁ ଉଦ୍ୟମ ଆରମ୍ଭ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *