ଗାଈଗୋରୁଙ୍କ କବଜାରେ ନୂଆ ଜଗନ୍ନାଥ ସଡ଼କ : ଯାତ୍ରୀ ଚିନ୍ତାରେ

ନିରାକାରପୁର, ୨/୭/୨୦୨୪ (ଓଡ଼ିଶା ସମାଚାର)- ନୟାଗଡ ଠାରୁ ପୁରୀ ଆଡ଼କୁ ଯାଉଥିବା ନୂଆ ଜଗନ୍ନାଥ ସଡ଼କ ଉପରେ ବର୍ତ୍ତମାନ ପଲ ପଲ ଗାଈଗୋରୁ ଯାତ୍ରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ରାସ୍ତା ଉପରେ ଗାଈ ଗୁହାଳ ସୃଷ୍ଟି ହୋଇ ଥିବାରୁ ଜଗନ୍ନାଥ ସଡ଼କ ଯାତ୍ରୀ ମାନଙ୍କୁ ନାହିଁ ନ ଥିବା ହଇରାଣ ର ସମ୍ମୁଖୀନ ହେବାକୁ ପଡୁଛି।  କିଛି କିଛି ଏମିତି ଜାଗା ନୂଆ ଜଗନ୍ନାଥ ସଡ଼କ ରେ ରହିଛି ଟା ଉପରେ   ବର୍ଷ ସାରା  ଅଞ୍ଚଳର ବହୁ ସଂଖ୍ୟାରେ ଗାଈଗୋରୁ ଶୋଇ ରହି ପୁରୀ ନୂଆ ଜଗନ୍ନାଥ ସଡ଼କ ଯାତାୟାତ କରୁଥିବା ଯାନବାହାନ ଓ ଯାତ୍ରୀ ମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି।  ଅନ୍ଧାରରେ ଗାଈଗୋରୁ ଶୋଇ ବିଭିନ୍ନ ସମୟରେ ଛୋଟମୋଟ ଦୁର୍ଘଟଣା ର ମୁଖ୍ୟ କାରଣ ହେଉଛି। ବିଶ୍ଵ ପ୍ରସିଦ୍ଧ ଜଗନ୍ନାଥଙ୍କ ରଥ ଯାତ୍ରା ଆଉ ମାତ୍ର ୫ ଦିନ ଥିବାବେଳେ ଦକ୍ଷିଣ ଓ ପଶ୍ଚିମ ଭାରତ ଯାତ୍ରୀ ମାନଙ୍କ ଟୁରିଷ୍ଟ ଗାଡିମଟର ଶହ ଶହ ସଂଖ୍ୟାରେ ଏହି ରାସ୍ତା ଦେଇ ପୁରୀ ଯାଉଥିବାବେଳେ ଗାଈ ଗୋରୁ ଙ୍କ ରାସ୍ତା ଅବରୋଧ କାରଣରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗୋରୁ ମାଲିକ ମାନେ ଗାଈଗୋରୁ ରାସ୍ତା ଉପରକୁ ଛାଡ଼ି ଆରାମରେ ଘରେ   ଶୋଉଥିବାବେଳେ ଏମାନେ ନିଜ ପାଇଁ ଓ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *