୧୯ ରୁ  ମାଟ୍ରିକ ପରୀକ୍ଷା

୩୦୮୨ ଟି କେନ୍ଦ୍ରରେ ପରୀକ୍ଷା  ହେବ  – ୩୨୨ ଟି ନୋଡାଲ ସେଣ୍ଟର ରେ ପ୍ରଶ୍ନପତ୍ର ରହିବ

କଟକ ସଦର ,୧୦/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ଛାତ୍ର ଜୀବନର ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ ମାଟ୍ରିକ ପରୀକ୍ଷା ଚଳିତ ବର୍ଷ ଚଳିତ (ମାସ) ଫେବ୍ରୁଆରୀ ୧୯ ରେ ଆରମ୍ଭ ହେବ ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ରାଜ୍ୟର ୩୦୮୨ ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା କରାଯିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ରୀଛାତ୍ର ଫର୍ମ ଫିଲ୍‌ଅପ୍‌ କରିଛନ୍ତି। ପରୀକ୍ଷା ପାଇଁ ୩୦୮୨ ଟି ସେଣ୍ଟର ଓ ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ ସେଣ୍ଟର କରାଯାଇଛି। ସମସ୍ତ ପରୀକ୍ଷା ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଥିବା ସଭାପତି କହିଛନ୍ତି। ପରୀକ୍ଷା ପରିଚାଳନା ପାଇଁ ବୋର୍ଡର କମାଣ୍ଡ କଣ୍ଟ୍ରୋଲ ରୁମ୍‌ର ବ୍ୟବସ୍ଥା କରାଯାଇଛି। ୧୭ ତାରିଖ ଭିତରେ ପ୍ରଶ୍ନପତ୍ର ସବୁ ନୋଡାଲ ସେଣ୍ଟରରେ ପହଞ୍ଚିବ ବୋଲି ସଭାପତି ଶ୍ରୀ ତରାଇ କହିଛନ୍ତି।

ପରୀକ୍ଷା ସକାଳ ୯ଟାରୁ ସାଢ଼େ ୧୧ଟା ଯାଏ ହେବ। ଗଣିତ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ ଦିଆଯିବ । ୧୯ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମ ଦିନ ଫେବ୍ରୁଆରୀ ୧୯ ରେ ମାତୃଭାଷା ,୨୧ରେ ଇଂରାଜୀ, ୨୩ରେ ସଂସ୍କୃତ/ ହିନ୍ଦୀ, ୨୫ରେ ବିଜ୍ଞାନ ପରୀକ୍ଷା, ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ରହିଛି।

Leave a Reply

Your email address will not be published. Required fields are marked *