କଟକ ସଦର ,୧୦/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍ ଡି ସି) ପଦରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ର ବରିଷ୍ଠ ଅଧିକାରୀ ସୁଧାଂଶୁ ମୋହନ ସାମଲ କଟକ ଆର୍ ଡି ସି କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଶ୍ରୀ ସାମଲ ଓଡିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏବେ ଆର୍ ଡି ସି ଭାବେ ସେ ଏହି ପଦରେ ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ। ସୂଚନାଯୋଗ୍ୟ ଯେ ପୂର୍ବରୁ ଗୁହା ପୁନମ୍ ତାପସ କୁମାର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ପଦରେ ରହିଥିଲେ।
କେନ୍ଦ୍ରାଞ୍ଚଳ ନୂଆ ଆର୍ ଡି ସି ଭାବେ ଯୋଗଦେଲେ ସୁଧାଂଶୁ ମୋହନ ସାମଲ
