ବିଦ୍ୟାଳୟସ୍ତରୀୟ ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ହିନ୍ଦୋଳ, ୦୫/୦୨/୨୦୨୪ (ଓଡ଼ିଶା ସମାଚାର)–ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ସ୍ଥିତ ଅମଲାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ 3 ତାରିଖ ଦିନ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଵିନତୀ ପତି ଙ୍କ ପୌରହିତ୍ୟରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଚେୟାରମ୍ୟାନ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ନାୟକ  ମୁଖ୍ୟ ଅତିଥିରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ତାଙ୍କ ଅଭିଭାଷଣ ପ୍ରସଙ୍ଗରେ ଗୋଟିଏ ଜାତିର ଭାଷା  ତା’ର ଶ୍ରେଷ୍ଠ ସମ୍ପଦ ତେଣୁ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରାଗଲେ ଶିକ୍ଷାର ଭାବକୁ କୋମଳମତି ଛାତ୍ରଛାତ୍ରୀ ମାନେ ସହଜରେ ଗ୍ରହଣ କରିପାଇବେ ବୋଲି ମତ ପୋଷଣ କରିଥିଲେ l ମୁଖ୍ୟ ବକ୍ତାଭାବେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅମୀୟ କୁମାର ପତି ମାତୃଭାଷାର ବିକାଶ ନିମନ୍ତେ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଅବ୍ୟାହତ ରହିବା ବାଞ୍ଛନୀୟ ବୋଲି ମତ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ତିନି ନମ୍ବର ୱାର୍ଡ ର କାଉନସିଲର ଶ୍ରୀମତୀ ବନିତା ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ମଦନ ନାୟକ, ଚିନ୍ମୟ ପତି, ମୁନା ସାହୁ, ବିରଞ୍ଚି ସାହୁ, ଉପସ୍ଥିତ ରହିଥିଲେ!କାଉଁସିଲର ବନିତା ମ୍ୟାଡ଼ାମ ଛାତ୍ର ଛାତ୍ରୀ ମାନଙ୍କୁ ” ମିଛୁଆ ରାଧୁଆ ” ଗଳ୍ପ କହି ଛାତ୍ରଜୀବନରୁ ମିଛ କଥା ନ କହିବାକୁ ପରାମର୍ଶ ଦେଇଥିଲେ l  ସଂଗୀତ, ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତାରେ ବିଜୟୀ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ l ଏଥିରେ ପରିଚାଳନା କମିଟି ସଭ୍ୟ ସଭ୍ୟା ଓ ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ବିଦ୍ୟାଳୟ ସହକାରୀ ଶିକ୍ଷୟତ୍ରୀ ନମିତା ପରିଡା କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଶିକ୍ଷୟିତ୍ରୀ ନମିତା ସାହୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ!

Leave a Reply

Your email address will not be published. Required fields are marked *