ଦରଦୀ ମଣିଷ ଥିଲେ ଯଦୁମଣି ଦାଶ

ଖୋର୍ଦ୍ଧା,୨୮/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ସାଇ ମନ୍ଦିର ପରିସରରେ ଯଦୁମଣି ଦାଶ ସୃତି ସଂସଦ ପକ୍ଷରୁ ଆବାହକ ବିଧୁ ଭୁଷଣ ମହାରଣାଙ୍କ ଦ୍ବାରା ଆୟୋଜିତ ସଭାରେ ସଭାପତି ବରିଷ୍ଠ ଶିକ୍ଷାବିତ୍ ଵଶିଂଧର ଜଗଦେବଙ୍କ ସଭାପତିତ୍ୱରେ ବିଶିଷ୍ଟ ଅତିଥିଭାବେ ସାହିତ୍ବିକ ଡ଼ଃ ପୁର୍ଣ୍ଣଚନ୍ଦ୍ର ଦାସ, କେଵିଡିଏଭି କଲେଜ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଓ କଲେଜ ପରିଚାଳନା ସଭାପତି ଡ଼ଃ ସଂଜୟ କୁମାର ମହାପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ପ୍ରାଣେଶ୍ଵର ଜୟସିଂ, ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂହ, ଅବସରପ୍ରାପ୍ତ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ଉପସ୍ଥିତ ଥିବା ବେଳେ ସ୍ବର୍ଗତ ଯଦୁମଣି ଦାଶ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଅମର ଆତ୍ମାର ସଦଗତି ପାଇଁ ଏକମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ଆତ୍ମା କୁ ମନେପକାଇ ସ୍ମୃତି ଉଦେଶ୍ୟ ରେ ଅତିଥିଗଣ ବକ୍ତବ୍ୟ ଦେଇଥିଲେ। ସେ ଜଣେ ନିର୍ବିବାଦୀୟ ନିଷ୍କପଟ ମଣିଷ ସହ ଅଞ୍ଚଳର ଜଣେ ଦକ୍ଷ ବାଣ କାରିଗର ଓ ଦକ୍ଷ ଦରଜୀ ଥିଲେ। ସୁପୁତ୍ର ବୁନୁ ଓରଫ ଶୁଭମ ଦାଶ ସ୍ବର୍ଗତ ପିତା ଙ୍କ ଉଦେଶ୍ୟ ରେ ସମସ୍ତ ଉପସ୍ଥିତ ଥିବା ପ୍ରିୟ ସ୍ୱଜନ ମାନଙ୍କୁ ଆଶିର୍ବାଦ କରିବା ପାଇଁ ନିବେଦନ କରିଥିଲେ । ଏହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ ଅଧ୍ୟକ୍ଷ ଡ଼ଃ ମୃତଞ୍ଜୟ ରଥ ଏଵଂ ଅବସର ପ୍ରାପ୍ତ ଶିକ୍ଷକ କମଳଲୋଚନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥୀଲେ। ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ଯୁବ ଛାତ୍ର ଉକ୍ତ କାର୍ୟ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ଯଦୁମଣି ସ୍ମୁର୍ତ୍ତି ସଂସଦର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *