୧୧୬ ଜଣଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ ପ୍ରକାଶ ସେଠୀ

କଟକ ସଦର, ୨୨/୦୭/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିମେଇଶାପୁର ଠାରେ ଆଜି ବୁଧବାର ଦିନ ସଦର ବ୍ଲକର ୧୧୬ ଜଣ ଭିନ୍ନକ୍ଷମ, ବିଧବା, ସ୍ୱାମୀ ପରିତ୍ୟକ୍ତା ଓ ଅବିବାହିତ ଝିଅ ମାନଙ୍କୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଭତ୍ତା ବଣ୍ଟନ କରିଛନ୍ତି।

ଏହି ଉପଲକ୍ଷେ କଟକ ସଦର ଵିଡିଓ ପ୍ରତୀକ ସାହୁଙ୍କ ପୈ।ରୋହିତ୍ୟ ଓ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ଙ୍କ ସଂଯୋଜନାରେ ଆୟୋଜିତ ଭତ୍ତା ବଣ୍ଟନ ସଭାରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ପୂର୍ବତନ ଅଧ୍ୟକ୍ଷ ସାଧୁ ଚରଣ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ଜେନା,ଧରିଣା ସରପଂଚ ରତ୍ନାକର ରାଉତ, କନ୍ଦରପୁର ସରପଂଚ ସୁଭାଷିନୀ ରାଉତ, କିଶନନଗର କୃଷକ ସେବା ସମବାୟ ସମିତି ସଭାପତି ବିରଞ୍ଚିନାରାୟଣ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ଅତିରିକ୍ତ ଦାୟିତ୍ବରେ ଥିବା ସାଲେପୁର ବ୍ଲକ୍ ଵିଏସଏସଓ  ସୌମ୍ୟରଞ୍ଜନ ସ୍ୱାଇଁ,ପିଇଓ ଦିଲିପ ମହନ୍ତ, ହେମନ୍ତ ଦାଶ, ନିବେଦିତା ପଣ୍ଡା,ଅଜୟ ସେଠୀ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *