କଟକ ସଦର, ୦୮/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜ ରୋଡରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ସେଣ୍ଟ ଜାଭିୟର ହାଇସ୍କୁଲର ୧୪ ତମ ବାର୍ଷିକ ଉତ୍ସବ(ଏଲାନ୍ ଦି ସ୍ପାର୍କ ଅଫ୍ ପାସିୟନ) ଆଜି ରବିବାର ସଂଧ୍ୟାରେ ମହାସମାରୋହରେ ପାଳନ କରାଯାଇଛି।

ଏହି ଉପଲକ୍ଷେ ପ୍ରିନ୍ସପାଲ ପ୍ରଫେସର ଖଲିକୁଜ ଜମାନ ଖାଁ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ରାଜ୍ୟ ସୂଚନା ଆୟୁକ୍ତ ପ୍ରାଣଵିନ୍ଦୁ ଆଚାର୍ଯ୍ୟ (ଆଇପିଏସ୍), ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଟି ସୌରୀ,ହାଇସ୍କୁଲର ମୂଖ୍ୟ ଉପଦେଷ୍ଟା ଇଂ ଉମେଶ ଚନ୍ଦ୍ର ଜେନା, ପ୍ରତିଷ୍ଠାତା ସମ୍ପାଦକ ନରେଶ ଚନ୍ଦ୍ର ଜେନା, ପରିଚାଳନା ନିର୍ଦ୍ଦେଶିକା ଵୈଜୟନ୍ତୀ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ରଖିଥିଲେ।
ଏହି ଅବସରରେ କୃତିତ୍ୱ ଅର୍ଜ୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ପିଲାମାନଙ୍କ ଦ୍ୱାରା ପରିବେଷଣ ହୋଇଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ସମେତ କର୍ମଚାରୀ ମାନେ ସହାୟତା କରିଥିଲେ।
