ଭୁବନେଶ୍ୱର,୨୪/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରବିବାର ଦିନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଭୁବନେଶ୍ୱରସ୍ଥ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟରେ ‘ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତ ବାର୍ଷିକ’ ଗତ ଶନିବାର ଦିନ ମହାଡମ୍ବରରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ନିହାରିକା ଦାସଙ୍କ ପୌରୋହିତ୍ୟରେ ହୋମ ତଥା ପୂଜା କାର୍ଯ୍ୟ ସମାପନ ପରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଜନ୍ମଦିନକୁ ଆହୁରି ଆକର୍ଷଣୀୟ କରିବାପାଇଁ କେକ୍ କାଟିବା ପରେ ବାବାଙ୍କ ଜନ୍ମଦିନ ଶୁଭେଚ୍ଛା ସଙ୍ଗୀତ ସମବେତ ଗାନ କରାଯାଇଥିଲା ।
ଉତ୍ସବରେ ସହଯୋଗ କରିଥିଲେ ଡ. ମୃଣ୍ମୟୀ ରଥ, ଅଧ୍ୟାପିକା ଡ. ରଶ୍ମିତା ପରିଡା, ଡ. ଆରୁଣି ମିଶ୍ର, ଡ. ସ୍ନିଗ୍ଧା ସମଦର୍ଶିନୀ, ଡ.ମୌସୁମୀ ମଧୁସ୍ମିତା ପଟ୍ଟନାୟକ, ଅଧ୍ୟାପିକା ସୁଜାତା ପାହାନ, ଅଧ୍ୟାପିକା ସୁନିତା ନାଇକ, ଅଧ୍ୟାପିକା ଜୟନ୍ତୀ ସିଂ, ଶାଶ୍ଵତୀ ପତି, ଅଧ୍ୟାପକ ସଞ୍ଜୟ ରଣା,ଅଧ୍ୟାପକ ଡ. ପ୍ରଶାନ୍ତ କୁମାର ପ୍ରଧାନ, ଡ. ବନଜା ତାଲଦୀ, ଅଧ୍ୟାପିକା ବର୍ଷା ରାଣୀ ଓଝା, ଡ. ଅର୍ଚ୍ଚନା ପଟ୍ଟନାୟକ, ଅଧ୍ୟାପିକା ନିଲମ ଲାକ୍ରା, ଅଧ୍ୟାପିକା ମମତା ଷଡ଼ଙ୍ଗୀ,ଅଧ୍ୟାପିକା ଜ୍ୟୋସ୍ନାରାଣୀ ପଟ୍ଟନାୟକ, ମାନିନୀ ପଟ୍ଟନାୟକ, ଅଧ୍ୟାପିକା ବିନ୍ଦୁଲତାପଣ୍ଡା,ଡ. ଶୈବାଳିନୀ ବେହେରା, ଡ. ଅପରାଜିତା ମହାପାତ୍ର, ଅଧ୍ୟାପିକା ଶତହ୍ରଦା ମହାନ୍ତି, ଅଧ୍ୟାପିକା ସାନ୍ତ୍ୱନା ମହାନ୍ତି ପ୍ରମୁଖ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଅଣଶିକ୍ଷକ କର୍ମଚାରୀ ତରୁଣ କୁମାର ନାୟକ, ଜଟାଧାରୀ ସ୍ୱାଇଁ, ପ୍ରଭାତ ନାୟକ, କୃଷ୍ଣ ଚନ୍ଦ୍ର ନାୟକ, ଅନିତା କୁମାରୀ ଜେନା, ଜାନକୀ ସୋରେନ ପ୍ରମୁଖ। ଏହି ଉତ୍ସବରେ ମହାବିଦ୍ୟାଳୟର ବହୁ ପ୍ରାକ୍ତନ ଅବସରପ୍ରାପ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଶ୍ରୀ ସତ୍ୟସାଇ ବାବାଙ୍କ ଶ୍ରଦ୍ଧାଳୁ ଭକ୍ତବୃନ୍ଦ, ମହାବିଦ୍ୟାଳୟର ସମସ୍ତ ହିତାକାଂକ୍ଷୀ ପ୍ରାକ୍ତନ ସଦସ୍ୟଙ୍କୁ ନିମନ୍ତ୍ରିତ କରାଯାଇଥିଲା ।
ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଶତାଧିକ ଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିଲେ । ଶେଷରେ ମହାବିଦ୍ୟାଳୟ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
