କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା,୨୮/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ପ୍ରାଧ୍ୟାପକ ଡକ୍ଟର ପ୍ରଭାକର ମଲ୍ଲିକ ଶୁକ୍ରବାର ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସେ ସୁଭଦ୍ରା ମହତାବ ମହାବିଦ୍ୟାଳୟ, ଅସୁରେଶ୍ୱରରୁ ଚାକିରୀ ଆରମ୍ଭ କରି ତୁଳସୀ ମହିଳା ମହାବିଦ୍ୟାଳୟ ଏବଂ ଶେଷରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ।

ଶିକ୍ଷା ବିଭାଗର ଜଣେ ଆଦର୍ଶ ଅଧ୍ୟାପକ ଭାବେ ସୁନାମ ଅର୍ଜନ କରି ଚାକିରୀ କାଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରି କେନ୍ଦ୍ରାପଡା କଲେଜର ୟୁଜିସି ଏବଂ ପତ୍ର ବିନିମୟ କାର୍ଯ୍ୟକ୍ରମର ଅଧ୍ୟାପକ ଭାବେ ନିଷ୍ଠାର ସହ ସେ ଦାୟିତ୍ୱ ନିର୍ବାହ କରିଛନ୍ତି । ବେସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ସଭାପତି ଗୋଲଖ ଚନ୍ଦ୍ର ମହାଭୋଇ, ସଂଗଠନ ସମ୍ପାଦକ ଡ. ଦିଲ୍ଲୀପ କୁମାର ମିଶ୍ର, ଅଧ୍ୟାପକ ପ୍ରଭାକର ସାମଲ ଏବଂ ପୁରାତନ ଛାତ୍ର ସଂସଦ ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଡକ୍ଟର ପ୍ରମୋଦ କୁମାର ଦାସ, ଜିଲା ସଂପାଦକ ରଞ୍ଜିିତ କୁମାର ଦାସ, ସଂଯୁକ୍ତା ଦାସ ଏବଂ ଅଧ୍ୟାପକ ଜ୍ଞାନେନ୍ଦ୍ର ଦାସ ପ୍ରମୁଖ ପ୍ରାଧ୍ୟାପକ ଶ୍ରୀ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ସମ୍ବର୍ଦ୍ଧନାର ଉତରରେ ଡ. ମଲ୍ଲିକ ଚାକିରୀରୁ ଅବସର ଗ୍ରହଣ ପରେ ମଧ୍ୟ କଲେଜର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ସହ ଆଗାମୀ ଦିନରେ ଶିକ୍ଷକ ସଂଗଠନ ସହିତ ରହି କାର୍ଯ୍ୟ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ସର୍ବଶେଷରେ କେନ୍ଦ୍ରାପଡା କଲେଜ୍ ଶିକ୍ଷକ ସଂଘର ସଭାପତି ମଞ୍ଜୁବାଳା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *