ବିଜେଡ଼ିର ୫୦ ଜଣିଆ କଟକ ଜିଲ୍ଲା ଜୁମ୍ଵୋ ଟିମ୍,

ସୁବୋଧ ବେହେରା କୋଷାଧ୍ୟକ୍ଷ

କଟକ ସଦର, ୦୭/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଜୁ ଜନତା ଦଳ (ବିଜେଡ଼ି) କଟକ ସାଂଗଠନିକ ଜିଲ୍ଲା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଏକ ୫୦ ଜଣିଆ ଜୁମ୍ଵୋ ଟିମ୍ ଘୋଷଣା ହୋଇଛି। ଏଥିରେ ୧୬ ଜଣ ଉପସଭାପତି,୨୪ ଜଣ ସାଧାରଣ ସଂପାଦକ,୯ ଜଣ ସଂପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ମିଳିଛି। ସେଥିରେ କଟକ ସଦର ନିର୍ବାଚନମଣ୍ଡଳୀରୁ ଉପସଭାପତି ଭାବେ ଶିଶିର କୁମାର ଦାସ, ନରେନ୍ଦ୍ର ନାଥ ବାରିକ, ସାଧାରଣ ସଂପାଦକ ଭାବେ ଵିରଵର ଲେଙ୍କା, ପ୍ରମୋଦ କୁମାର ନାୟକ, ସଂପାଦକ ଭାବେ ଅରୁଣ କୁମାର ବୋଷଙ୍କ ସମେତ ଜଣାଶୁଣା ଯୁବ ସଂଗଠକ ତଥା କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା (ଧୁସା) ଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ମିଳିଛି।

ସୁବୋଧ ବେହେରା କୋଷାଧ୍ୟକ୍ଷ

ଏଥିପାଇଁ ସୁବୋଧ ବେହେରା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ଉପସଭାପତି ଦେଵୀ ମିଶ୍ର ଓ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗକୁ ପଞ୍ଚାୟତ ଓ ପୈ।ର ନିର୍ବାଚନ ଆସୁଥିବା ବେଳେ ଏହି ଜିଲ୍ଲା ସଂଗଠନ ଦଳର ନିର୍ଦ୍ଦେଶରେ ଓ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ନେତୃତ୍ଵରେ କାର୍ଯ୍ୟ କରିବ। ହେଲେ ଉକ୍ତ ୫୦ ଜଣିଆ ତାଲିକାରେ କଟକ ର ବରିଷ୍ଠ ବିଜେଡି ନେତା, ପୂର୍ବତନ ବିଧାୟକ, ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ କ୍ୟାମ୍ପର କୈ।ଣସି ଜଣେ ହେଲେ ନେତାଙ୍କୁ ସ୍ଥାନ ମିଳିନଥିବା ଜଣାପଡିଛି। ଦଳକୁ ଅଧିକ ଲୋକାଭିମୁଖୀ ଓ କ୍ରିୟାଶୀଳ କରିବା ପାଇଁ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଜିଲ୍ଲାର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଥିବାରୁ କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ରାଜ୍ୟ ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *