ନିର୍ବାଚନ ସମୟରେ ପ୍ରହରାଜପୁର ପଞ୍ଚାୟତରେ ତାଳିପକା ଉଦ୍ୟମ, ଜଣଙ୍କୁ ଗ୍ରହଣ କରୁଥିବା ଵେଳେ ଅନ୍ୟ ଜଣଙ୍କୁ ନୁହେଁ 

କଟକ ସଦର ,୨୪/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତରେ ଗତ ପଞ୍ଚାୟତ ନିର୍ବାଚନ ପର ଠାରୁ ବିଜେଡ଼ି ବିଜେଡ଼ି ମଧ୍ୟରେ ଲାଗି ରହିଥିବା ଗୋଷ୍ଠୀ ବିବାଦକୁ ପ୍ରଶମିତ କରିବା ପାଇଁ ତାଳିପକା ଉଦ୍ୟମ ହୋଇଥିବା ଜଣାପଡିଛି। ଏଥିପାଇଁ ବିବାଦ ଥମିବା ପରିବର୍ତ୍ତେ ଅଧିକ ଘନୀଭୂତ ହେଉଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ ଉକ୍ତ ପଞ୍ଚାୟତରେ ବିଜେଡ଼ି ସଭାପତି କାର୍ଯ୍ୟକ୍ଷମ ଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଜଣଙ୍କୁ ନିର୍ବାଚନ ସମୟରେ କାର୍ଯ୍ୟକାରୀ ସଭାପତି କରାଯାଇଥିବା କୁ ନେଇ ଅସନ୍ତୋଷ ଦେଖାଦେଇଛି। ସେଥିରେ ଅନ୍ୟ ଏକ ଗୋଷ୍ଠୀର ପୂର୍ବତନ ସମିତି ସଭ୍ୟ ତଥା ପୂର୍ବତନ ସରପଂଚ ଙ୍କ ପ୍ରତିନିଧି ସୋମନାଥ ସାହୁଙ୍କୁ ନିର୍ବାଚନ ସଂଯୋଜକ କରାଯାଇ ଥିବା ରୁ ସିଏ ସମସ୍ତଙ୍କର ଗ୍ରହଣୀୟ ହୋଇଥିବା ଜଣାପଡିଛି। ଯେଉଁଥିପାଇଁ ସୋମନାଥ ସାହୁଙ୍କୁ ପଞ୍ଚାୟତ ପକ୍ଷରୁ ସ୍ୱ।ଗତ ସମ୍ବର୍ଧନା ଦିଆଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ଵିଜେଡି ସଭାପତି ଦେବେନ୍ଦ୍ର ମଲ୍ଲିକ ଙ୍କ ସମେତ ପବିତ୍ର ସାହୁ, ଜୟରାମ ଭୋଇ,କୈ।ସର ଅଲ୍ଲୀ, ଯଶୋବନ୍ତ ଦଳେଇ,ଖଲିଉର୍ ରହେମାନ, ମହମ୍ମଦ ଅଲ୍ଲୀ ଖାଁ, ରମଜାନ ଅଲ୍ଲୀ ଖାଁ, ବିଷ୍ଣୁ ଦାସ,ନାଜିଉନ ତତରୀ,ତାସ୍ଲିମ ଭାରି,ନୁର ଅଲ୍ଲୀ, ବାଳକୃଷ୍ଣ ବେହେରା, ହରେକୃଷ୍ଣ ଦାସ, ପ୍ରତାପ ବେହେରା, ଶେଖ୍ ଇଲିୟାସ ଅଲ୍ଲୀ, ରବିନ୍ଦ୍ର ଦାସ, ପ୍ରଶାନ୍ତ ସାହୁ ସତ୍ୟ ସାହୁ, କୈଳାସ ପୃଷ୍ଟି, ଅରକ୍ଷିତ ଭୋଇ, ଇମତିଆଜ ଖାଁ, ଵିନୋଦ ସାହୁ,ସୁଜୟତ ଅଲ୍ଲୀ ପ୍ରମୁଖ ବହୁ ଆଗ ଧାଡିର ବିଜେଡ଼ି କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *