କଟକ ସଦର, ୦୯/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନ୍ଦରପୁର ମଣ୍ଡଳର କୋରପଦା ଠାରେ ଆଜି ଗୁରୁବାର ଦିନ ବିଜେପି ପକ୍ଷରୁ ଏକ ବଡ଼ ଧରଣର କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ସଦର ବିଜେପି ଵିଧାୟକ ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ମୋଦୀ ଗ୍ୟାରେଣ୍ଟି ର ସଫଳ ରୂପାୟନ ପାଇଁ ଭ୍ରଷ୍ଟାଚାର ବିଜେଡ଼ି ପ୍ରାର୍ଥୀଙ୍କୁ ହଟାଇ ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ପାଇଁ ଯୋଡ଼ି ପଦ୍ମ ଚିହ୍ନରେ ବିପୁଳ ଭୋଟରେ ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବ ଓ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀ,
କନ୍ଦରପୁର ମଣ୍ଡଳ ସଭାପତି ଅଭୟ ସ୍ୱ।ଇଂ, ପୂର୍ବତନ ସରପଂଚ ଲକ୍ଷ୍ମୀପ୍ରିୟା ସ୍ୱ।ଇଂ, ପୂର୍ବତନ ସରପଂଚଙ୍କ ପ୍ରତିନିଧି ନିମାଇଁ ମହାପାତ୍ର, ପୂର୍ବତନ ସରପଂଚ ଙ୍କ ପ୍ରତିନିଧି ଦୁଃଖିଶ୍ୟାମ ମୁଦୁଲି,ଅକ୍ଷୟ ଜେନା, ରଣଜିତ ରାଉତରାୟ (ମିଲା) ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଅଭିଭାଷଣ ରଖିଥିଲେ। ଆଗାମୀ କାଲି ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁବନେଶ୍ୱରରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବାକୁ ପ୍ରକାଶ ସେଠୀଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ୍ବ ସମର୍ଥକ ମଟର ସାଇକେଲ ଶୋଭାଯାତ୍ରାରେ ଯିବେ ବୋଲି ସୂଚନା ମିଳିଛି।
କନ୍ଦରପୁର ମଣ୍ଡଳରେ ବିଜେପିର କର୍ମୀ ସମାବେଶ
