କଟକ ସଦର, ୦୭/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଵାର ଆସୋସିଏସନ୍, କ୍ରିମିନାଲ କୋର୍ଟ ଵାର ଆସୋସିଏସନ୍,ମୋଟର ଭେଇକିଲ ଲୟର ଆସୋସିଏସନ୍ ଏଵଂ ଵୋର୍ଡ ଅଫ୍ ରେଭିନ୍ୟୁ ଵାର ଆସୋସିଏସନ୍ କୁ ନେଇ ଗଠିତ ସି ସି ଏମ୍ ଵି ୱେଲଫେୟାର ଫଣ୍ଡରୁ ୩୦ ରୁ ୪୦ ଲକ୍ଷ ଟଙ୍କା ଘୋଟାଲା ହୋଇଥିବା କଟକ କମିଶନରେଟ ଲାଲବାଗ ଥାନାରେ ଏତଲା ଦିଆହୋଇଛି।
ଏ ସମ୍ପର୍କରେ ଜନୈକ ବରିଷ୍ଠ ଆଇନଜୀବୀ ସି ସି ଏମ୍ ଵି ର ବର୍ତ୍ତମାନର ସଭାପତି ଓ ସମ୍ପାଦକ ସମ୍ପୃକ୍ତ ଥିବା କହିବା ପରେ ଆଜି ଶନିବାର ଦିନ କଟକ ଵାର ଆସୋସିଏସନ୍ ଅଫିସ ଗୃହରେ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ସଂପାଦକ ସ୍ପଷ୍ଟିକରଣ ରଖିଛନ୍ତି। ଏଵଂ ଏହାକୁ ମଧ୍ୟ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡାଇବାକୁ ଯାଇ ଏଵଂ ଏହାକୁ ରାଜନୀତିକରଣ କରାଯାଉଛି ବୋଲି କହିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରକୃତ ଦୋଷୀ ଖୁବ୍ ଶୀଘ୍ର ଧରାପଡିଵେ ବୋଲି କୁହାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଦାମୋଦର ଦେଓ, ସଂପାଦକ ଦିଲ୍ଲୀପ କୁମାର ମହାପାତ୍ର ଙ୍କ ସମେତ ବହୁ ଆଇନଜୀବୀ ସଦସ୍ୟ ଯୋଗ ଦେଇଥିଲେ ।
