ଇନଷ୍ଟାଗ୍ରାମରୁ ପ୍ରେମ ପ୍ରତାରଣା ଅଭିଯୋଗରେ ଅଭିଯୁକ୍ତ ଗିରଫ

କଟକ ସଦର,୦୬/୦୨/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କିଶନନଗର ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ଇନଷ୍ଟାଗ୍ରାମରୁ ପ୍ରେମ ଜାଲରେ ଫସାଇ ପ୍ରତାରଣା କରିଥିବା ଅଭିଯୋଗରେ ଚୈ।ଦ୍ୱାର‌ ଥାନା ଆଗ୍ରାହାଟ ଗ୍ରାମର ଜନୈକ ଅଭିଯୁକ୍ତ କୁ କିଶନନଗର ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ ଯୁବତୀ ଙ୍କୁ ପ୍ରେମ ଜାଲରେ ଫସାଇ ଵିଵାହ ର ପ୍ରତିଶୃତି ଦେଇ ଅଭିଯୁକ୍ତ ଜଣକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

ହେଲେ ଯୁବତୀ ଜଣକ ଵିଵାହ କରିବାକୁ ଜିଦ୍ ଧରିବାରୁ ଅଭିଯୁକ୍ତ ତାଙ୍କୁ ଧମକ ଚମକ ଦେବା ଏଵଂ ଅନ୍ତରଙ୍ଗ ମୁହୂର୍ତ୍ତ ର ଫଟୋ ସବୁକୁ ସୋସିଆଲ ମିଡିଆରେ ଅପଲୋଡ଼ କରିଥିବା ଅଭିଯୋଗ ହୋଇଛି।ଏ ସମ୍ପର୍କରେ କିଶନନଗର ଥାନାରେ  ୨୨/୨୦୨୬ ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ଆଗ୍ରାହାଟ ର ଅଭିଯୁକ୍ତ ନିହାର ରଞ୍ଜନ ବେହୁରା (୩୪) କୁ ଉଠାଇ ଆଣି ତାକୁ ଆଜି ଶୁକ୍ରବାର ଦିନ ଡାକ୍ତରୀ ମାଇନା ପରେ ୬୯ ଵିଏନଏସ ଓ ୬୭ ଆଇଟି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *