କଟକ ସଦର,୦୬/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଓ କିଶନନଗର ତହସିଲ ଅନ୍ତର୍ଗତ ଇଶାଣିଵ୍ରହ୍ମପୁର ପଞ୍ଚାୟତର ଖେଣ୍ଟାଳ ଠାରେ ମହିଳା ମାନଙ୍କ ସ୍ବାବଲମ୍ବୀ ପାଇଁ ଓରମାସ ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ନିର୍ମାଣାଧୀନ ଆଦି ଶକ୍ତି ଗ୍ରାମୀଣ ବୈଷୟିକ ଉଦ୍ୟାନ କୁ ଆଜି ଶୁକ୍ରବାର ଦିନ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଅଚାନକ ଆସି ତଦାରଖ କରି ଫେରିଯାଇଥିବା ଜଣାପଡିଛି।

କାମର ଅଗ୍ରଗତି ହେଉନଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରି ଉପସ୍ଥିତ ଥିବା କନିଷ୍ଠ ଯନ୍ତ୍ରୀ ସତ୍ୟରଞ୍ଜନ ମିଶ୍ର ଙ୍କ ଉପରେ ଵହେ ଵର୍ଷିଵା ସହିତ ଚଳିତ ମାସ ଶେଷ ସପ୍ତାହରେ ପ୍ରକଳ୍ପର ଉଦଘାଟନ ପୂର୍ବରୁ ସମସ୍ତ କାର୍ଯ୍ୟ ଭଲଭାବେ ସାରିବାକୁ ତାଗିଦ୍ କରିଥିଲେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ, ନିଶ୍ଚିନ୍ତକୋଇଲି ଵିଡିଓ ଦ୍ୱିଵେନ୍ଦୁ କୁମାର ଦାସ ଙ୍କ ସମେତ ଆଦି ଶକ୍ତି ର ସଭାନେତ୍ରୀ ମାନସୀ ଓଝା ଉପସ୍ଥିତ ଥିଲେ।
