ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳ ବଦଳ

ଭୁବନେଶ୍ୱର, ୦୫/୦୨/୨୦୨୬ (ଓଡ଼ିଶା ସମାଚାର)- ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର  । ଦେଓରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସର ଅତିରିକ୍ତ ଦାୟିତ୍ୱ ମିଳିଛି  । ବର୍ତମାନ ଉନ୍ନୟନ କମିଶନର ଅଛନ୍ତି ଦେଓରଞ୍ଜନ । ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ, ସେ ସାଧାରଣ ପ୍ରଶାସନ ଦାୟିତ୍ୱରେ ମଧ୍ୟ ରହିବେ । ବିଷ୍ଣୁପଦ ସେଠୀ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ହୋଇଛନ୍ତି  । ବିଷ୍ଣୁପଦ ସେଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି  । ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗକୁ ବଦଳି କରାଯାଇଛି  । ହେଲେ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ରହିବେ  । ମାନ୍ସୀ ନିମ୍ଭାଲ ହେଲେ ମିଶନ ଶକ୍ତି ବିଭାଗ ସଚିବ  । ପ୍ରେମଚନ୍ଦ ଚୌଧୁରୀ ମତ୍ସ୍ୟ ପଶୁ ସମ୍ପଦ ସଚିବ ନିଯୁକ୍ତ ହୋଇଛନ୍ତି  ।

ସେହିଭଳି ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ଡିଜି ଦାୟିତ୍ୱ ଦିଆଯାଇଛି  । ଏଥିସହ ଶ୍ରମ ଓ ବିଜ୍ଞାନ କାରିଗର ଦାୟିତ୍ୱରେ ମଧ୍ୟ ରହିବେ ଆଇଏଏସ୍ ଚିତ୍ରା ଅରୁମୁଗମ  । ଉଷା ପାଢ଼ୀଙ୍କୁ ଇଡକୋ ଅଧ୍ୟକ୍ଷା ଦାୟିତ୍ୱ ମିଳିଥିବା ବେଳେ, ସେ ନଗର ଉନ୍ନୟନ ଦାୟିତ୍ୱରେ ମଧ୍ୟ ରହିବେ  । ଶୁଭା ଶର୍ମା ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ ନିଯୁକ୍ତ ହୋଇଛନ୍ତି  । ଏନବିଏସ୍ ରାଜପୁତ ନୂଆ ପରିବହନ ପ୍ରମୁଖ ସଚିବ ହେବେ  । ଓଏସଆରଟିସି ଦାୟିତ୍ୱରେ ମଧ୍ୟ ରହିବେ ଏନବିଏସ୍ ରାଜପୁତ  । ଗିରିଶ ଏସଏନଙ୍କୁ ଓଏମସି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି  । ଏହା ସହ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗରେ ରହିବେ ଗିରିଶ  ।

ମୃଣାଳିନୀ ଦର୍ଶୱାଲ ମହିଳା ଶିଶୁ ବିକାଶ ବିଭାଗ ସଚିବ ହୋଇଛନ୍ତି  । ବଲୱନ୍ତ ସିଂହଙ୍କୁ ଓଡ଼ିଶା ହାଇୱେ ଅଥରିଟିର ଏମଡି ଦାୟିତ୍ୱ ମିଳିଥିବା ବେଳେ, ସେ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ବି ତୁଲାଇବେ  । ସଚିନ ରାମଚନ୍ଦ୍ର ଯାଦବ ହେଲେ ନୂଆ କୃଷି ସଚିବ  । କ୍ରୀଡ଼ା ଓ ଯୁବ ବ୍ୟାପାର ଦାୟିତ୍ୱରେ ବି ରହିବେ ସଚିନ ରାମଚନ୍ଦ୍ର ଯାଦବ  । ଅନୁପମ ଶାହଙ୍କୁ ଓବିସିସି ଏମଡି ର ଅତିରିକ୍ତ ଦାୟିତ୍ୱ ମିଳିଛି  । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ମଧ୍ୟ ରହିବେ ଅନୁପମ ଶାହ  । ସଂଗ୍ରାମ କେଶରୀ ମହାପାତ୍ର ଉତରାଂଚଳ ଆରଡିସି ଦାୟିତ୍ୱରେ ରହିବେ  । ଦକ୍ଷିଣାଂଚଳ ଆରଡିସି ସହ ଉତରାଂଚଳ ଆରଡିସି ଦାୟିତ୍ୱରେ ମଧ୍ୟ ସେ ରହିବେ  । ରଶ୍ମିତା ପଣ୍ଡା ହେଲେ ବିଡିଏ ଉପାଧ୍ୟକ୍ଷ  । ସୁଧାଂଣୁ ମୋହନ ସାମଲ କେନ୍ଦ୍ରାଂଚଳ ଆରଡିସି  । ଓଡ଼ିଶା ଖଣି ନିଗମ ଏମଡି ଦୟିତ୍ୱରେ ବି ରହିବେ ସୁଧାଂଣୁ ମୋହନ  । ସାଦୀକ୍ ଆଲମ ହେଲେ କ୍ରୁଟ୍ ର ନୂଆ ଏମଡି  । ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଦାୟିତ୍ୱରେ ରହିବେ ସାଦୀକ୍ ଆଲମ  ।

Leave a Reply

Your email address will not be published. Required fields are marked *