ଯୁବ ଭାରତ କୃଷକ ସଂଘର ବାର୍ଷିକ ଉତ୍ସବ ଓ କୃଷକମାନଙ୍କ ସାମସ୍ୟା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

କେନ୍ଦ୍ରାପଡା, ୧୧/୦୫/୨୦୨୪ (ଓଡ଼ିଶା ସମାଚାର)- ପବିତ୍ର ଅକ୍ଷୟତୃତୀୟା ଅବସରରେ ତମାଳଶାସନସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର ପରିସରରେ ଯୁବ ଭାରତ କୃଷକ ସଂଘ, କେନ୍ଦ୍ରାପଡାର ବାର୍ଷିକ ଉତ୍ସବ ଓ କୃଷକମାନଙ୍କ ସମସ୍ୟା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି ପ୍ରଭାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ସଂଘର ସଭାପତି ରଞ୍ଜନ କୁମାର ରାଉତ, ରାଜ୍ୟ ମୁଖ୍ୟ ଉପଦେଷ୍ଟା କୁଳମଣି ଶୁକ୍ଳା, ଜିଲା ମୁଖ୍ୟ ଉପଦେଷ୍ଟା କିଶୋର ଚନ୍ଦ୍ର ମିଶ୍ର, ରାଜ୍ୟ ପ୍ରଭାରୀ ସୁପ୍ରଭା ଦାସ, ଯାଜପୁର ଜିଲା ସଭାପତି ରାଜେନ୍ଦ୍ର କୁମାର ସାମଲ, ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଦୀପ୍ତିରଞ୍ଜନ ମହାପାତ୍ର, ଉପସଭାପତି ମୀନତି ସୁନ୍ଦରରାୟ, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ଓ ସନ୍ତୋଷ ତରାଇ ପ୍ରମୁଖ ଯୋଗଦେଇ କୃଷକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏକଶହରୁ ଉଦ୍ଧ୍ୱର୍ କୃଷକମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଧର୍ମପଦ ଆଚାର୍ଯ୍ୟ, ସୁମିତ୍ରା ରାଉତ, ନାରାୟଣ ସାହୁ, ପଦ୍ମନାଭ ପରିଡା ପ୍ରମୁଖ କୃଷି ସମସ୍ୟା ଉପରେ ଆଲୋକପାତ କରି ଏକ ସୁସ୍ପଷ୍ଟ ନୀତି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ପାଂଚଶହରୁ ଉଦ୍ଧ୍ୱର୍ ପୁରୁଷ ଓ ମହିଳା କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଶପଥ ନେଇଥିଲେ ।

Leave a Reply

Your email address will not be published. Required fields are marked *