ମୋଟର ସାଇକେଲ ଦୁର୍ଘଟଣା ଜଣେ ମୃତ, ଜଣେ ଗୁରୁତର ଆହତ

ଖୋର୍ଦ୍ଧା,୨୭/୧/୨୪(ଓଡିଶା ସମାଚାର/ ଦୀପକ ପ୍ରଧାନ) -ଖୋର୍ଦ୍ଧା ଜଂକିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ମୋଟା ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ରେ ଜଣଙ୍କ ର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ଟାଗିଂ ଥାନା ପଣସପୁର ଗ୍ରାମର ସମୀର କୁମାର ବେହେରା ଓ ଗୁରୁତର ଆହତ ଜଣକ ଢେଙ୍କାନାଳ କାମାକ୍ଷନଗର ଅଂଚଳର ଅଭିମନ୍ୟୁ ବେହେରା। ସୂଚନାରୁ ଜଣାପଡିଛି ଗୋଟିଏ ବାଇକରେ ଦୁଇଜଣ ଯୁବକ ଟାଙ୍ଗି ପଟୁ ଖୋର୍ଦ୍ଧା ପଟକୁ ଯାଉଥିବା ସମୟରେ ୧୬ନମ୍ବର ଜାତୀୟ ରାଜପଥ ମୋଟା ଛକ ନିକଟରେ ଏକ ଅଜଣା ଗାଡି ମୋଟର ସାଇକେଲ କୁ ପଛରୁ ଧକ୍କା ଦେବାରୁ ମୋଟର ସାଇକେଲରେ ଯାଉଥିବା ଦୁଇ ଯୁବକ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ।ଘଟଣା ସ୍ଥଳରେ ସମୀର କୁମାର ବେହେରାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟଜଣେ ଅଭିମନ୍ୟୁ ବେହେରା ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ଅଭିମନ୍ୟୁ କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ କୁ ପଠାଇଥିଲେ। ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋଟର ସାଇକେଲ ଓ ମୃତକଙ୍କ ଶବ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *