ଭୁବନେଶ୍ୱର,୧୫/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରଙ୍ଗର ପର୍ବ ହୋଲିରେ ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୋଟିଏ ଘରୁ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ ଦ୍ଧାର କରାଯାଇଛି ।
ସୂଚନା ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ପୁରୁଷ ଜଣଙ୍କ ଜଣେ ଅଟୋ ଡ୍ରାଇଭର ବୋଲି ଜଣାପଡିଥିବାବେଳେ କୌଣସି କାରଣ ନେଇ ଦୁହେଁ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।ତଦନ୍ତ ଜାରି ରହିଛି ।
