କଟକ ସଦର,୨୬/୦୫/୨୬ (ଓଡିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କମିଶନରେଟ କନ୍ଦରପୁର ଥାନା ଅଧିନସ୍ଥ ଆୟତପୁର ପଞ୍ଚାୟତ ନାଗେଶ୍ଵର ଶିବ ମନ୍ଦିର ଓ ମସଜିଦ ନିକଟରେ ଆଜି ମଙ୍ଗଳବାର ଅପରାହ୍ନରେ ମହାନଦୀରେ ବୁଡି ଜଣେ ନାବାଳକ ନିଖୋଜ ଥିବା ଜଣାପଡିଛି।
ପ୍ରକାଶ ଯେ ବିରିଡ଼ି ଥାନା ଦରଡାଗ୍ରାମ ଗ୍ରାମପଞ୍ଚାୟତ ଗରାମ ଗ୍ରାମର ୪/୫ ଜଣ ନାବାଳକ ସାଇକେଲ ନେଇ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଅସାବଧାନତା ଯୋଗୁଁ ଗାଧୋଇବା ସମୟରେ ରାହୁଲ ନାମକ ଜନୈକ ନାବାଳକ ବୁଡିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓଡ୍ରାଫ୍ ଟିମ୍ ନଦୀ ଭିତରେ ଖୋଜାଖୋଜି କରୁଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ରାହୁଲଙ୍କ ର ସନ୍ଧାନ ମିଳିପାରିନାହିଁ। ନିଖୋଜ ରାହୁଲ ସିଦ୍ଧେଶ୍ୱରପୁର ଅରବିନ୍ଦ ସ୍କୁଲର ନବମ ଶ୍ରେଣୀ ଛାତ୍ର ବୋଲି ଖବରରୁ ଜଣାପଡିଛି।
