ମାହାଙ୍ଗା ୦୨/୦୨/୨୦୨୬ (ଓଡ଼ିଶା ସମାଚାର)- (ଓଡିଶା ସମାଚାର/ ଅଭୟ ଜେନା)କୁହୁଣ୍ଡା ପଂଚାୟତ ଶଙ୍ଖପୁର ଗ୍ରାମର ଧର୍ମପ୍ରାଣ ପୁରୁଷ ଶତାୟୁ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ଏକାଦଶାହ ତିଥିରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପତ୍ନୀ ପ୍ରମିଳା ମହାନ୍ତିଙ୍କ ହୃଦଘାତରେ ଦେହାନ୍ତ ଘଟିବାର ମାତ୍ର ୧୩ ଦିନ ପାଇଁ ସୁରେନ୍ଦ୍ରଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ପରିବାର ପାଇଁ ଏହା ଅତ୍ୟନ୍ତ ଦୁଖଦଃ ଘଟଣା ହୋଇଥିବା ବେଳେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା ।
ଧର୍ମପ୍ରାଣ ସୁରେନ୍ଦ୍ରଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ ।
ବଟ କିଶୋର ପଣ୍ଡା, ଅଲେଖ ଚନ୍ଦ୍ର ଦାସ, ରାମଚନ୍ଦ୍ର ମହାପାତ୍ର,ପ୍ରଫୁଲ୍ଲ ମହାନ୍ତି,କିଶୋର ଚନ୍ଦ୍ର ଦାଶ, ରମାକାନ୍ତ ପଣ୍ଡା, ମହେନ୍ଦ୍ର ମହାନ୍ତି, ଅଖିଳେଶ ମହାନ୍ତି,କାମିନୀକାନ୍ତ ମହାନ୍ତି, ପ୍ରତାପ କିଶୋର ନାୟକ, ମାଗୁଣି ଚରଣ ସାମଲ,ବିଜୟ କୁମାର ଦାସ, ଭାରତ ଭୂଷଣ ଦାସ, ଗଣେଶ ବିହାରୀ, ରଂଜିତ ଦାସ,ନିତ୍ୟାନନ୍ଦ ବେହେରା, ସୁମନ୍ତ ବିହାରୀ,ସୁଶାନ୍ତ ମହାନ୍ତି, ସୁଧାଂଶୁ ମହାନ୍ତି,ପରମାନନ୍ଦ ମହାନ୍ତି,ଭାଗ୍ୟଧର ମହାନ୍ତି, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସୁରେନ୍ଦ୍ର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି
