କେନ୍ଦ୍ରାପଡ଼ା,୨୧/୦୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ଡାମରପୁର ପଂଚାୟତର ହରେକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୯୮୬ ବ୍ୟାଚ୍ ବନ୍ଧୁମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୪୦ ବର୍ଷର ସ୍ମୃତିକୁ ମନେ ପକାଇ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ସେମାନଙ୍କ ଭୂବପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ଏହି ସମାରୋହରେ ପ୍ରାକ୍ତନ ଶିକ୍ଷକ ଦର୍ପନାରାୟଣ ମାହୁନ୍ତ, ନାରାୟଣ ପ୍ରସାଦ ବେହେରା, ପର୍ଶୁରାମ ପରିଡ଼ା, ଉମାକାନ୍ତ ନାୟକ, ବିଦ୍ୟାଳୟର ଉନ୍ନତି, ଉତମ ଚରିତ୍ର ଗଠନ, ସମାଜସେବା ଓ ସର୍ବୋପରି ଏବର୍ଷ ହେବାକୁ ଥିବା ହୀରକ ଜୟନ୍ତୀର ସଫଳ ରୂପାୟନ ପାଇଁ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେବା ସହ ଆଶୀର୍ବାଦ ଦେଇ ଜୀବନରେ ସଫଳ ହେବାକୁ ପରାମର୍ଶ ଦେଇଥିଲେ ।
ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃସିଂହ ତରାଇ, ସରୋଜ କୁମାର ପରିଡ଼ା, ରମେଶ ଚନ୍ଦ୍ର ରାଉଳ, ବସନ୍ତ କୁମାର ସାହୁ, ବାବନ ଚରଣ ବେହେରା, ହିମାଂଶୁ ଭୂଷଣ ପଲାଇ, ସନ୍ଧ୍ୟାବତୀ ପରିଡ଼ା, ସରୋଜ କୁମାର ଦାସ ଓ ଅନ୍ୟମାନେ ସହଯୋଗ କରି ବନ୍ଧୁମିଳନକୁ ସଫଳ କରିବାରେ ସହଯୋଗ କରିଥିଲେ । ଶେଷରେ ଏକ ପ୍ରୀତିଭୋଜନର ଆୟୋଜନ କରାଯାଇଥିଲା ।
