ଶୈଳବାଳା ମହିଳା ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିକୁ ସମର୍ଥନ ଜଣାଇଲେ ବିଧାୟିକା ସୋଫିଆ 

କଟକ ସଦର,୦୨/୦୨/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ତଥା ରାଜ୍ୟର ୧୧୩ ବର୍ଷର ସର୍ବ ପୁରାତନ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ ଦାବିରେ ଛାତ୍ରୀମାନଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ୧୧ ଦିନରେ ପହଞ୍ଚିଛି। ଏଥିସହିତ ଦସ୍ତଖତ ଅଭିଯାନ ମଧ୍ୟ ଚାଲୁରହିଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନ ଯଥାର୍ଥ କହି ଦାବିକୁ ସମର୍ଥନ ପାଇଁ ବାହାରିଛନ୍ତି ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋସ ।

କଲେଜକୁ ଯାଇଁ ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କ କରି ସୋଫିଆ କହିଛନ୍ତି ଯେ ଆନ୍ଦୋଳନ ବ୍ୟାପକ ହେବା ପୂର୍ବରୁ ସରକାର ଶୈଳବାଳା କୁ ବିଶ୍ୱବିଦ୍ୟାଳୟ ର ମାନ୍ୟତା ଦେଇଦେବା ଆବଶ୍ୟକ। ତେବେ ରାଜ୍ୟର ଅନେକ କଲେଜକୁ ସରକାର ବିଶ୍ୱବିଦ୍ୟାଳୟ ର ମାନ୍ୟତା ପ୍ରଦାନ କରିଥିବା ବେଳେ ଶୈଳବାଳା କୁ ଅଣଦେଖା କରାଯିବା କେଉଁ ସ୍ବାର୍ଥ ରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *