ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବଡ଼ବିଲ ରାଜଯୋଗ କେନ୍ଦ୍ରର ନୂତନ ଭବନ “ପରମାତ୍ମା ଦର୍ଶନ” ଲୋକାର୍ପିତ

ସମାଜ ସଂସ୍କାରରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି ବ୍ରହ୍ମାକୁମାରିଜ:ଆଶା ଦିଦି

ଆଧ୍ୟାତ୍ମିକ ଶିକ୍ଷା ମାଧ୍ୟମରେ ଚରିତ୍ର ଗଠନର ମୂଳ ଲକ୍ଷ୍ୟ

ବଡ଼ବିଲ, ୨୩/୧୦/୨୦୨୬(ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲାର ବଡ଼ବିଲ ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବଡ଼ବିଲ କେନ୍ଦ୍ରର ନୂତନ ଭବନ “ପରମାତ୍ମା ଦର୍ଶନ”ର ଲୋକାର୍ପଣ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମାଉଣ୍ଟଆବୁ ସ୍ଥିତ ବ୍ରହ୍ମାକୁମାରିଜ ଦିଲ୍ଲୀର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଆଶା ଦିଦି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। କେନ୍ଦୁଝର କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବିନ୍ଦୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ସବ ଜୋନ ମୁଖ ରାଜଯୋଗିନୀ ସୁଲୋଚନା ଦିଦି, ଧରଣୀଧର ବିଶ୍ୱବିଦ୍ୟାଳୟର କୁଳ ସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି, ପୂର୍ବତନ ଲୋକାୟୁକ୍ତ ଡକ୍ଟର ଦେବବ୍ରତ ସ୍ୱାଇଁ,  ବ୍ରହ୍ମାକୁମାରିଜ ଆର୍ଟ ଗ୍ୟାଲେରୀ ନିର୍ଦେଶକ ରାଜଯୋଗୀ ବିକେ ନଥମଲ ଭାଇ, କେନ୍ଦୁଝରରେ ଅବସ୍ଥାପିତ ଭାରତୀୟ ବନସେବା ପ୍ରୋବେସନର ଅଧିକାରୀ ଲବଧି ଜୈନ, ବଡ଼ବିଲ ଏସ୍ଡ଼ିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ପ୍ରମୁଖ ସମ୍ମାନାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଉଦଘାଟନୀ ଉତ୍ସବ ଅବସରରେ ସମସ୍ତ ଅତିଥି ପ୍ରଦ୍ବୀପ ପ୍ରଜ୍ବଳନ କରିବା ପରେ ରାଜଯୋଗିନୀ ବିନ୍ଦୁ ଭଉଣୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବଡ଼ବିଲ ର ଅଗ୍ରଣୀ ସଂଗୀତ ଅନୁଷ୍ଠାନ ଦ୍ରୌପଦୀ ଦେବୀ ସାଂସ୍କୃତିକ ଅନୁଷ୍ଠାନ କଳାକାର ଙ୍କ ଦ୍ୱାରା ସ୍ୱାଗତ ନୁର୍ତ୍ୟ ଓ ସଂଗୀତ ଉପସ୍ଥିତ ଅତିଥି ମାନଙ୍କର ମନମୁଗ୍ଧ କରିଥିଲା ଏବଂ ପ୍ରାକ୍ତନ ଲୋକାୟୁକ୍ତ ଡକ୍ଟର ଦେବବ୍ରତ ସ୍ୱାଇଁ ବ୍ରହ୍ମାକୁମାରିଜ ମାଉଣ୍ଟଆବୁ ପକ୍ଷରୁ ସାରା ବିଶ୍ୱର ବିଭିନ୍ନ ଦେଶରେ ନିଶାମୁକ୍ତି ଅଭିଯାନ, ସ୍ୱାସ୍ଥ୍ୟ ସଚେତନତା, ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଚାରିତ୍ରିକ ଶିକ୍ଷା ଦ୍ୱାରା ମାନବ ସମ୍ବଳ ବିକାଶ ଦିଗରେ କରାଯାଉଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। କଟକ ସବ ଜୋନ  ମୁଖ୍ୟ ରାଜଯୋଗିନୀ ସୁଲୋଚନା ଦିଦି ଯୋଗଦେଇ ମିଳିତ ଜାତିସଂଘ ପକ୍ଷରୁ ବ୍ରହ୍ମାକୁମାରିଜ ପକ୍ଷରୁ ଚଳାଉଥିବା ନିଶାମୁକ୍ତି ଅଭିଯାନକୁ ପ୍ରସଂଶା କରିବା ସହ ଦୈନିକ ମୁରଲୀ ଶିକ୍ଷା ମାଧ୍ୟମରେ ଲୋକଙ୍କ ମଧ୍ୟରେ ଈଶ୍ୱରୀୟ ଭାବନା ଓ ଚେତନା ଜାଗ୍ରତ କରାଯାଉଥିବା କହିଥିଲେ।

ସମସ୍ତଙ୍କୁ ଭାଇଚାରା ମାଧ୍ୟମରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଆରସି ଦିଲ୍ଲୀର ନିର୍ଦେଶୀକା ରାଜଯୋଗିନୀ ଆଶା ଦିଦି  ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ସମ୍ପର୍କ ଯୋଡିବା ପାଇଁ ପରମାତ୍ମାଙ୍କ ଗୁଣକୁ ନିଜ ଜୀବନରେ ପ୍ରତିଫଳିତ କରିବା ପାଇଁ ପରାମର୍ଶ ଦେଇଥିଲେ। ନିଜ ଜୀବନରେ ତଥା ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ନିଜର ମନକୁ ଆଧ୍ୟାତ୍ମିକ ଭାବନା ଓ ସତ ବିଚାର ସହ ଆୟତ କରିବାକୁ ପଡିବ ବୋଲି କହିଥିଲେ। ମାଉଣ୍ଟଆବୁ ମୁଖ୍ୟାଳୟର ଭାଇ ବିକେ ନଥମଲ ଜୀ ସମସ୍ତ ଭାଇଭଉଣୀଙ୍କୁ ଈଶ୍ୱରୀୟ ଭାବନା ସହ ସତ କାର୍ଯ୍ୟରେ ସାମିଲ ହୋଇ ଜୀବନରେ ଆଗକୁ ବଢିଲେ ପରମାତ୍ମାଙ୍କ ଦିବ୍ୟ ଦର୍ଶନ ହୋଇପାରିବା ସହ ଜୀବନ ଶସକ୍ତ ହୋଇପାରିବ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ ଶ୍ରୀ ଅନନ୍ତ ନାୟକ ରାଜଯୋଗ ମାଧ୍ୟମରେ ସାଧାରଣ ବ୍ୟକ୍ତିର ସାମଗ୍ରିକ ଶିକ୍ଷାର ବିକାଶ ସମ୍ଭବ ହୋଇ ପାରିଛି ବୋଲି କହିଥିଲେ। ସେ ସମସ୍ତଙ୍କୁ ରାଜଯୋଗ ଶିକ୍ଷା ଲାଭ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କେନ୍ଦ୍ରର ବ୍ରହ୍ମାକୁମାରିଜ କେନ୍ଦ୍ରର ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିବା ବିକେ ସୁଶ୍ରୀ ପ୍ରତିଭା ପୃଷ୍ଟି ମଞ୍ଚ ସଞ୍ଚାଳନ କରିଥିବା ବେଳେ ବଡ଼ବିଲ କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରି ଜୟନ୍ତୀ ସମସ୍ତ ଅତିଥି ଓ ଯୋଗଦେଇଥିବା ଆଧ୍ୟାତ୍ମିକ ଭାଇ ଭଉଣୀଙ୍କୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *