ମା’ ଦ୍ୱାରନାୟକଣୀ କ୍ରିକେଟ ଆସୋସିଏସନ ଖଜୁରୀପଡା, ନିରାକାରପୁର, ଖୋରଧା ଫାଇନାଲ ମ୍ୟାଚ :- ବଡ଼ପୋଖରୀଆ ବିଜେତା

ନିରାକାରପୁର, ୨୭/୦୧/୨୦୨୪ (ଓଡ଼ିଶା ସମାଚାର)-ସ୍ଥାନୀୟ ଖଜୁରୀପଡା ଖେଳ ପଡିଆ ରେ ଚାଲିଥିବା ମା’ ଦ୍ୱାରନାୟକାଣୀ କ୍ରିକେଟ ଆସୋସିଏସନ ପ୍ରତିଯୋଗିତା ରେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ  ହୋଇଯାଇଛି । ଏହି ମ୍ୟାଚଟି ଖଜୁରିଆ ବନାମ ବଡପୋଖରିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ବଡପୋଖରିଆ ଦଳ ବ୍ୟାଟିଂର ନିଷ୍ପତିନେଇ ନିର୍ଦ୍ଧାରିତ ୧୫ଓଭରରେ ୦୮ ଉଇକେଟ ହରାଇ ୧୦୭ରନ ସଂଗ୍ରହ କରିଥିଲା  । ଏହାର ଜବାବରେ ଖଜୁରିଆ ଦଳ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୧୦୩ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା ।  ଚଳିତବର୍ଷର ବିଜେତା ବଡପୋଖରିଆ ହୋଇପାରିଥିଲା । ଚୈତନ୍ୟ ସୁନ୍ଦରାୟ ଓ ପ୍ରମୋଦ କୁମାର ଖଣ୍ଡାୟତରାୟ ଖେଳ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଖେଳ ଦ୍ୱାରା ଭାଇଚାରା ଭାବ ସୃଷ୍ଟି ହେବା ସହ ଶରୀର ସୁସ୍ଥ ରହିଥାଏ ବୋଲି ଖେଳାଳୀ ମାନଙ୍କୁ ଉପଦେଶ ଦେବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।  ବିଶିଷ୍ଟ ଅତିଥି ଭାବରେ ସମାଜସେବୀ ଶୁଭମ ଦାଶ ଯୋଗଦେଇଥିବା ବେଳେ ପତିତ କୁମାର ମାର୍ଥୀ, ସମୀର କୁମାର ମାର୍ଥୀ, ଆଲୋକ ଦାସ, ଅଂଶୁମାନ ଜଗଦେବ ଏବଂ ଆଲୋକ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ। ଉଭୟ ବିଜେତା ଓ ଉପବିଜେତା ଦଳକୁ ଅନୁଷ୍ଠାନ ପକ୍ଷରୁ ଟ୍ରଫିସହ ନଗଦ ଅର୍ଥ ରାଶି ପ୍ରଦାନ କରା ଯାଇଥିଲି । ମ୍ୟାନ ଅଫ ଦି ମ୍ୟାଚ ପାଇଥିଲେ :- ସୌରଭ କୁମାର ସିଂହ ସାହୁ ଏବଂ ମ୍ୟାନ ଅଫ ଦି ସିରିଜ ପାଇଥିଲେ ଜୟନ୍ତ ପାହାଡ଼ସିଂହ ।

Leave a Reply

Your email address will not be published. Required fields are marked *